Site icon Awaj Media

ଦାଦାବଟି ମାଗିବା ଅଭିଯୋଗରେ ଜଣେ ଗିରଫ !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ କହ୍ନେଇ ନଗରର ଜଣେ ବ୍ୟକ୍ତିଙ୍କୁ ଧମକାଇ ଟଙ୍କା ମାଗିବା ଅଭିଯୋଗରେ ପୁଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ଯେ, କହ୍ନେଇନଗର ର ବିଷ୍ଣୁ ଚରଣ ନାଏକ ସେହିଗାଁର କରୁଣାକର ସାହୁଙ୍କୁ ମଙ୍ଗଳବାର ଟଙ୍କା ମାଗିଥିଲେ । ଟଙ୍କା ନ ଦେଲେ ତୋ ନାଁ ରେ ଏସସି ଏସଟି ଆକ୍ଟରେ ଥାନାରେ ଅଭିଯୋଗ କରିବି ବୋଲି ଧମକାଇଥିଲେ । ଏ ନେଇ କରୁଣାକର ସାହୁ ଥାନାରେ ଲିଖିତ ଅଭିଯୋଗ କରିବାପରେ ପୁଲିସ ଏକ ମାମଲା ରୁଜୁ କରି ବୁଧବାର ଅଭିଯୁକ୍ତ ବିଷ୍ଣୁଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି । ଏଥି ପୂର୍ବରୁ ଏ ଭଳି ସମାନ କାର୍ଯ୍ୟ କରିଥିବା ଅଭିଯୋଗରେ ବିଷ୍ଣୁ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା ।

Exit mobile version