Site icon Awaj Media

ଫେରାର ଗଞ୍ଜେଇ ମାଫିଆଙ୍କ ୧ କୋଟି ୭୩ ଲକ୍ଷ ୨୯ ହଜାର ୪୯୭ ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତି !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ଜିଲ୍ଲା ଷଛଣ୍ଡିପାଦା ଥାନା ଅନ୍ତର୍ଗତ ସାପୋଇନାଳୀ ଗାଁର ଜଣେ ଫେରାର ଗଞ୍ଜେଇ ମାଫିଆଙ୍କ ୧ କୋଟି ୭୩ ଲକ୍ଷ ୨୯ ହଜାର ୪୯୭ ଟଙ୍କାର ସମ୍ପତ୍ତିକୁ ସରକାର ବାଜ୍ୟାପ୍ତି କରିଛନ୍ତି । ସୂଚନା ମୁତାବକ, ଛେଣ୍ଡିପଦା ଥାନା ସାପୋଇନାଳୀ ଗାଁର ପିଣ୍ଟୁ ଓରଫ ଚିତ୍ତ ରଞ୍ଜନ ସାହୁ (୩୨) ବିଭିନ୍ନ ଗଞ୍ଜେଇ କାରବାରରେ ବିଭିନ୍ନ ରାଜ୍ୟରେ ତାଙ୍କ କାରବାର ଚଳାଇଥିଲେ । ତେବେ ଏ ନେଇ ଛେଣ୍ଡିପଦା ଥାନାରେ ଚିତ୍ତଙ୍କ ନାମରେ କେସ ନଂ- ୩୯୦/୨୧ ଏନ୍‌ଡିପିଏସ୍ ଆକ୍ଟର ଧାରା ୨୦(ବି)(ଆଇଆଇ)(ସି)/୨୯ରେ ମାମଲା ରୁଜୁକରାଯାଇ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଥିଲା। ତେବେ ଚିତ୍ତ ଫେରାର ଥିବାରୁ ଫାଇନାନ୍‌ସିଆଲ ଇନ୍ଭେଷ୍ଟିଗେସନ କେସ ନଂ ୩୯୦/ଏ/୨୧ରେ ମାମଲା ରୁଜୁ କରାଯାଇ ୨୦୨୧ ନଭେମ୍ବର ୨୭ ତାରିଖରେ ଚିତ୍ତଙ୍କ ଘରେ ଏକ୍ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ପୁଲିସ ତରଫରୁ ଚଢ଼ାଉ କରାଯାଇଥିଲା। ଏଥିରେ ନଗଦ ୨୦ ଲକ୍ଷ ୫୦ ହଜାର ଟଙ୍କା, ଏକ କାର, ଏକ ଟ୍ରାକ୍ଟର, ଗୋଟିଏ ଆକ୍ଟିଭା ସ୍କୁଟର, ଧାନ ଅମଳ ମେସିନ, ପେପର ପ୍ଲେଟ୍ ତିଆରି ମେସିନ, ୨ଟି ଜେନେରେଟର ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୬୨ ଲକ୍ଷ ୨୭ ହଜାର ଟଙ୍କା ହେବ। ସେହିଭଳି ଅସ୍ଥାବର ସମ୍ପତ୍ତି ପ୍ରାୟ ୮୫ ଲକ୍ଷ ୯୧ ହଜାର ୪୫୮ ଟଙ୍କା। ବ୍ୟାଙ୍କରେ ଜମା ରହିଛି ୨୫ ଲକ୍ଷ ୧୧ ହଜାର ୩୯ ଟଙ୍କା ଜବତ କରାଯାଇ କୋଲକାତାର କମ୍ପିଟାଣ୍ଟ ଅଥରିଟି ଆଡମିନିଷ୍ଟ୍ରେଟରଙ୍କ ନିକଟକୁ ଏହି ସମ୍ପତ୍ତିର ବାଜ୍ୟାପ୍ତି ପାଇଁ ଚିଠି ଲେଖିଲେ । ଏହାକୁ ବାଜ୍ୟାପ୍ତି କରିବା ପାଇଁ ମଙ୍ଗଳବାର କମ୍ପିଟାଣ୍ଟ ଅଥରିଟି ସ୍ବିକୃତି ପ୍ରଦାନ କରିଛନ୍ତି ।

Exit mobile version