Site icon Awaj Media

ନିଗମାନନ୍ଦ ଆଶ୍ରମ ପରିସରରୁ ଚନ୍ଦନ ଗଛ କାଟିନେଲେ ଦୁର୍ବୃତ୍ତ !!!

Spread the love

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ଜଗନ୍ନାଥ ମନ୍ଦିର ନିକଟସ୍ଥ ନିଗମାନନ୍ଦ ଆଶ୍ରମ ପରିସରରୁ ବିଳମ୍ବିତ ରାତିରେ ୪ଟି ମୂଲ୍ୟବାନ ଚନ୍ଦନ ଗଛକୁ କାଟି ନେଇଛନ୍ତି ତସ୍କର। ତେବେ ଦୁର୍ବୃତ୍ତମାନେ ଦୁଇଟି ଚନ୍ଦନ ଗଛକୁ ସାଙ୍ଗରେ ନେଇ ଯାଇଥିବା ବେଳେ ଆଉ ଦୁଇଟି ଗଛକୁ ନେଇ ନପାରି ସେଠାରେ ଛାଡି ଚାଲିଯାଇଛନ୍ତି। କଟା ଚନ୍ଦନ ଗଛ ପଡିଥିବା ଦେଖି ପଡୋଶୀ ଘର ଲୋକେ କହିଥିଲେ। ଏହାପରେ ଆଶ୍ରମ କର୍ତ୍ତୃପକ୍ଷ ବନ ବିଭାଗକୁ ଖବର ଦେଇଥିଲେ ।

ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି କଟା ଯାଇଥିବା ଗଛକୁ ଜବତ କରି ତଦନ୍ତ ଆରମ୍ଭ କରିଛି। ଡ଼ିଏଫଓ ଙ୍କ ନିର୍ଦେଶ ରେ ବନ ବିଭାଗ କର୍ମଚାରୀ ମାନେ ପେଟ୍ରୋଲିଙ୍ଗ କୁ ଜୋରଦାର କରିଛନ୍ତି l ରାତି ରେ ସହର ଓ ନିକଟବର୍ତୀଗ୍ରାମ ଗୁଡିକ ବୁଲି ପାଟ୍ରୋଲିଂ କରିବା ସହ ଚଢ଼ାଉ କରିଥିବା କଥା ବନ କର୍ମଚାରୀ ପ୍ରେମାନନ୍ଦ ସାହୁ କହିଛନ୍ତି l ତେବେ ଏହି ଘଟଣାରେ କାହାକୁ ଗିରଫ କରାଯାଇନଥିବା ସୂଚନା ମିଳିଛି। ଅତିଶୀଘ୍ର ଦୁର୍ବୃତ୍ତଙ୍କୁ ଗିରଫ କରାଯିବ ବୋଲି ବନ ବିଭାଗ ରେଞ୍ଜର ସଚ୍ଚିଦାନନ୍ଦ ସେଠି କହିଛନ୍ତି l

Exit mobile version