ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ସ୍କୁଲ ରୁ ଆଉ ଘରକୁ ଫେରିଲାନି ଝିଅ . ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ଧଳାପଥର ଗ୍ରାମରେ ଘଟିଛି ଏପରି ଘଟଣା . ସକାଳ ସମୟରେ ସ୍କୁଲ କୁ ଯାଇଥିବା ନବମ ଶ୍ରେଣୀ ଛାତ୍ରୀ ଘରକୁ ନଫେରିବାରୁ ପରିବାର ଲୋକେ ବେଗୁନିଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି . ସୂଚନା ଅନୁସାରେ ଧଳାପଥର – ସୁନାଖଳା ରାସ୍ତା ପାର୍ଶ୍ଵରେ ରହୁଥିବା ଜନୈକ ବ୍ୟକ୍ତିଙ୍କ ଝିଅ ସ୍କୁଲ ରୁ ଘରକୁ ନଫେରିବାରୁ ଝିଅ କୁ କେହି ଅପହରଣ କରି ନେଇଥିବା ସନ୍ଦେହ କରି ଥାନାରେ ଜଣାଇଛନ୍ତି . ତେବେ ବିଳମ୍ବିତ ସମୟ ପର୍ଯ୍ୟନ୍ତ ବହୁ ଖୋଜାଖୋଜି କରିଥିଲେ ସୁଦ୍ଧା ନିଖୋଜ ଛାତ୍ରୀଙ୍କର କୌଣସି ପତ୍ତା ମିଳିନାହିଁ .
ନବମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଅଭିଯୋଗ !!!

