ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ବ୍ଲକ ଅନ୍ତୁଳିଆ ପଞ୍ଚାୟତ ଗଞ୍ଜଡା କଇଥ ସାହିରେ ଜାନୁୟାରୀ ୭ ତାରିଖ ସକାଳେ ଅବକାରୀ ବିଭାଗର କର୍ମଚାରୀ ମାନେ ଚେକିଂ ଆଳରେ ମାରପିଟ୍ ଓ ଗାଳିଗୁଲଜ କରିବା ଅଭିଯୋଗ ହୋଇଛି । ଅବକାରୀ ବିଭାଗର କର୍ମଚାରୀ ମାନେ ଦୁଇଟି ଵଲେରୋ ଗାଡ଼ିରେ ଆସି ଗାଁ ର ପ୍ରଦୀପ ଦେହୁରୀଙ୍କୁ ଉଠାଇ ନେବା ସହ ତାଙ୍କ ସ୍ତ୍ରୀ ମିନତିଙ୍କୁ ବାଡେଇ ଲହୁ ଲୁହାଣ କରି ଦେଇଥିଲେ । ପ୍ରତିବାଦ କରିବାରୁ ମିନତିଙ୍କ ଭଉଣୀ ଲୁସିକା ପ୍ରଧାନଙ୍କୁ ମଧ୍ୟ ସେମାନେ ନିସ୍ତୁକ ପିଟିବା ସହ ଅଭଦ୍ର ଭାଷାରେ ଗାଳି ଗୁଲଜ କରିଥିଲେ । ପ୍ରଦୀପ କୌଣସି ଚୋରା ମଦ କାରବାର କରୁନଥିବା ବେଳେ ତାଙ୍କ ପରିବାର ଉପରେ ଏଭଳି ଆକ୍ରମଣକୁ ପରିବାର ଲୋକେ ଏବଂ ଗ୍ରାମବାସୀ ନିନ୍ଦା କରିବା ସହ ବିଭାଗୀୟ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ।
ଚେକିଂ ଆଳରେ ମାରପିଟ୍ ଓ ଗାଳିଗୁଲଜ କରିବା ଅଭିଯୋଗ !!!

