Site icon Awaj Media

ଫେସବୁକ ଆଇଡି ରେ ନିଜ ଠିକଣା ପାକିସ୍ତାନ ଲେଖିଥିବା ଯୁବକ , ବ୍ୟକ୍ତିଗତ ମୁଚାଲିକାରେ ଥାନା ରୁ ଖଲାସ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦାଗଡ଼ ଅଧିନସ୍ଥ ଜୈନିକ ମୁସଲମାନ ଯୁବକ ସାରିକ ଖାନ ସାମାଜିକ ଗଣମାଧ୍ୟମ ଫେସବୁକରେ ନିଜ ଠିକଣା ଯାଜପୁର, ସିନ୍ଧ , ପାକିସ୍ତାନ ଦର୍ଶାଇବାରୁ ସେହି ଯୁବକଙ୍କର ପାକିସ୍ତାନ ବାସିନ୍ଦା କିମ୍ବା ପାକିସ୍ତାନ ସହିତ କୌଣସି ସମ୍ପର୍କ ରହିଥିବା ସନ୍ଦେହ କରି ସୁକିନ୍ଦା ବାସୀଙ୍କ ପକ୍ଷରୁ ସୁକିନ୍ଦା ଥାନାରେ ଗତ 4 ତାରିଖରେ ଏକ ଲିଖିତ ଅଭିଯୋଗ ହୋଇଥିଲା . ଶୁକ୍ରବାର ଦିନ ସୁକିନ୍ଦା ପୋଲିସ ସମ୍ପୃକ୍ତ ଯୁବକକୁ ଥାନାରେ ପଚରାଉଚରା ଜାରି ରଖିବା ସହିତ ଶୁକ୍ରବାର ବିଳମ୍ବିତ ରାତିରେ ଥାନା ପରିସରରେ ସୁକିନ୍ଦା ଗଡର ଗ୍ରାମବାସୀଙ୍କ ଉପସ୍ଥିତରେ ଏକ ସମାଧାନ ବୈଠକ ବସିବା ପରେ ମୁସଲମାନ ଯୁବକ ଜଣଙ୍କର ଶିକ୍ଷାଗତ ଯୋଗ୍ୟତା କମ ଥିବାରୁ ଭୁଲରେ ଜାଣିନପାରି ଏପରି କରିଥିବା କହିବା ପରେ ଗ୍ରାମବାସୀ ଙ୍କ ଉପସ୍ଥିତିରେ ସ୍ଥାନୀୟ ପୋଲିସ ସାରିକ ଖାନକୁ ବ୍ୟକ୍ତିଗତ ମୁଚାଲିକାରେ ଥାନାରୁ ଛାଡିଛନ୍ତି . ତେବେ ତାଙ୍କୁ ତାଗିଦ କରାଯିବା ସହିତ , ଯୁବକ ଜଣକ ଏପରି ଭୁଲ ର ଆଉ ପୁନରାବୁର୍ତ୍ତି କରିବେ ନାହିଁ ବୋଲି ବ୍ୟକ୍ତିଗତ ଭାବେ ଏକ ଅଣ୍ଡରଟେକିଙ୍ଗ ଲେଖି ଦେଇ କ୍ଷମା ମାଗିବା ପରେ ସ୍ଥାନୀୟ ପୋଲିସ ତାଙ୍କୁ ବ୍ୟକ୍ତିଗତ ମୁଚାଲିକାରେ ଥାନରୁ ଖଲାସ କରିଥିବା ସୁକିନ୍ଦା ଥାନା ପକ୍ଷରୁ ସୂଚନା ମିଳିଛି ।

Exit mobile version