Site icon Awaj Media

କୋଭିଡ କଟକଣା ଭାଙ୍ଗି ଭୋଜିଭାତ କରିବା ପଡିଲା ମହଙ୍ଗା !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : କୋଭିଡ ନିୟମ ଉଲ୍ଲଙ୍ଘନ କରି ଅନୁଗୁଳ ଜିଲ୍ଲା ପାଳଲହଡା ବ୍ଳକର ଦ୍ଵିତୀୟ ଚିଲିକା ଠାରେ ଭୋଜି କରିବା ମହଙ୍ଗା ପଡିଲା । ପାଳଲହଡା ତହସିଲଦାର ଲମ୍ବୋଦର ମାରାଣ୍ଡିଙ୍କ ନେତୃତ୍ବରେ ଅତିରିକ୍ତ ତହସିଲଦାର ଦାମୋଦର ପ୍ରଧାନ ଏବଂ ପୁଲିସ ପ୍ରଶାସନର ଏକ ମିଳିତ ଦଳ ଦ୍ଵିତୀୟ ଚିଲିକା ଓ ଖୁଲୁଡି ଶୈବପୀଠରେ ଚଢ଼ଉ ବେଳେ ଦ୍ବିତୀୟ ଚିଲିକାରେ ତିନିଟି ଦଳ ଭୋଜିଭାତ କରୁଥିବା ଦେଖା ଯାଇଥିଲା । ଲୋକ ସମାଗମକୁ ବାରମ୍ବାର ବାରଣ କରାଯାଉଥିବା ସତ୍ତ୍ବେ କୋଭିଡ ନିୟମ ଉଲ୍ଲଙ୍ଘନ କରି ଭୋଜି କରୁଥିବା ତିନି ଦଳଙ୍କଠାରୁ ୧୭ ଶହ ଟଙ୍କା ଜୋରିମାନା ଆଦାୟ କରାଯିବା ସହ ରନ୍ଧାରନ୍ଧି କାର୍ଯ୍ୟ ବନ୍ଦ କରାଯାଇଥିଲା । ଚଢ଼ଉ ପରେ ତିନି ଦଳ ଯାକ ନିଜ ନିଜର ଦରି, ପାଲ, ଡେକଚି, କଡ଼େଇ ଧରି ଜାଗା ଛାଡି ଚାଲି ଯିବାକୁ ବାଧ୍ୟ ହୋଇଥିଲେ। ପାଳଲହଡା ଅଞ୍ଚଳରେ ଥିବା ବିଭିନ୍ନ ପର୍ଯ୍ୟଟନ କେନ୍ଦ୍ର ଖୁଲୁଡି ଶୈବପୀଠ, ଦ୍ବିତୀୟ ଚିଲିକା, ଚାନ୍ଦପଙ୍କ ଜଳଭଣ୍ଡାର ଆଦିରେ ବାରମ୍ବାର ଚଢ଼ଉ ଜାରି ରହିବ ବୋଲି ସୂଚନା ମିଳିଛି ।

Exit mobile version