Site icon Awaj Media

ଲକ୍ଷାଧିକ ଟଙ୍କାର ଧଳା ଜହର ଜବତ : ମହିଳା ବେପାରୀ ଗିରଫ !!!

Spread the love

!!! ଖୋର୍ଦ୍ଧା ଅବକାରୀ ବିଭାଗର ବଡ଼ ସଫଳତା !!!

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଖୋର୍ଦ୍ଧା ଅବକାରୀ ବିଭାଗକୁ ବଡ଼ ସଫଳତା ମିଳିଛି । ଜଣେ ମହିଳା ବ୍ରାଉନ ସୁଗାର ବେପାରୀକୁ ଗିରଫ କରିବା ସହିତ ତାଙ୍କ ନିକଟରୁ ଲକ୍ଷାଧିକ ଟଙ୍କାର ଧଳା ଜହର ଜବତ କରିଛି ଖୋର୍ଦ୍ଧା ଅବକାରୀ ବିଭାଗ । ଖବର ମୁତାବକ ଖୋର୍ଦ୍ଧା ରେଞ୍ଜ ଅବକାରୀ ଅଧିକାରୀ ଭୈରବ ସାହୁଙ୍କ ନେତୃତ୍ୱରେ ଆଜି ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ସାମନ୍ତରାୟପୁର ଅଞ୍ଚଳରେ ଚଢ଼ାଉ କରାଯାଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତ ଜଣକ ହେଲେ ଟାଉନ ଥାନା ଅଞ୍ଚଳର ସ୍ଵର୍ଣ୍ଣଲତା ବେହେରା (୪୦) । ତାଙ୍କ ନିକଟରୁ ଅବକାରୀ ବିଭାଗ ୨୧ ଗ୍ରାମ ବ୍ରାଉନ ସୁଗାର ସହ ନଗଦ ୫ ହଜାର ୩୦୦ ଟଙ୍କା ଜବତ କରିଛି । ଜବତ ବ୍ରାଉନ ସୁଗାରର ମୂଲ୍ୟ ୨ ଲକ୍ଷ ୧୦ ହଜାର ଟଙ୍କା ହେବା ବୋଲି ଅନୁମାନ କରାଯାଉଛି । ଅଭିଯୁକ୍ତ ଜଣକ ବ୍ରାଉନ ସୁଗାର ବିକ୍ରି ପାଇଁ ଗ୍ରାହକଙ୍କୁ ଅପେକ୍ଷା କରିଥିବା ବେଳେ ଅବକାରୀ ବିଭାଗ ତାଙ୍କୁ ଗିରଫ କରିଥିଲା । ତେବେ ଗିରଫ ଅଭିଯୁକ୍ତଙ୍କ ବିରୋଧରେ ଖୋର୍ଦ୍ଧା ଅବକାରୀ ଥାନାରେ ୨୯ ଏନଡ଼ିପିଏସ ଅଧିନିୟମ ଅନୁଯାୟୀ ପିଆର ନମ୍ବର ୭୬ / ୨୧-୨୨ ରେ ମାମଲା ରୁଜୁ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଥିବାର ଅବକାରୀ ଇନ୍ସପେକ୍ଟର ଭୈରବ ସାହୁ ସୂଚନା ଦେଇଛନ୍ତି । ଉକ୍ତ ଚଢ଼ାଉରେ ଜିଲ୍ଲା ଅବକାରୀ ଇନ୍ସପେକ୍ଟର ସସ୍ମିତା ହୋତା, ସବ ଇନ୍ସପେକ୍ଟର ମନୋଜ କୁମାର ବାରିକ ଏବଂ ଅନ୍ୟ କର୍ମଚାରୀ ମାନେ ସାମିଲ ଥିଲେ ।

Exit mobile version