Site icon Awaj Media

୫୬ କିଲୋ ଗଞ୍ଜେଇ ସହ କାର ଜବତ : ୩ ଗିରଫ !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ପୋଲିସକୁ ମିଳିଛି ଏକ ବଡ଼ ସଫଳତା । ଗଞ୍ଜେଇ ଚୋରାଚାଲାଣ ବେଳେ ମାଡ଼ି ବସିଲା ଦାରିଙ୍ଗବାଡ଼ି ପୋଲିସ । ବାଲିଗୁଡା ଅଂଚଳରୁ ବାଲୁଗାଁ ଅଂଚଳକୁ ଏକ କାର ଯୋଗେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ କିରୀକୁଟି ଗ୍ରାମ ନିକଟରେ ଦାରିଙ୍ଗବାଡ଼ି ଥାନା ଅଧିକାରୀ କୌଶିକ ମାଝୀଙ୍କ ନେତୃତ୍ୱ କ୍ରମେ ଏସଆଇ ଜିତେନ୍ଦ୍ର ବେହେରା,ଏଏସଆଇ ସୁବାସ ଚନ୍ଦ୍ର ନାଏକ ଙ୍କ ସମେତ ପୋଲିସ ଫୋର୍ସ ଚଢ଼ାଉ କରି ୫୬ କିଲୋ ଗଞ୍ଜେଇ ଜବତ କରି ଗୋଟେ କାର ଜବତ କରିବା ସହ ୩ ଜଣ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଥିଲେ । ୩ ଅଭିଯୁକ୍ତ ହେଲେ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ କୋଦଳା ଥାନା ଅଂଚଳର ଅରୁଣ ପାଣିଗ୍ରାହୀ, ବଡଗଡ଼ ଥାନା ଅନ୍ତର୍ଗତ ହରିପ୍ରିୟପୁର ଗ୍ରାମର ଜଗନ୍ନାଥ ରଥ ଓ ନୂଆଗାଁ ଗ୍ରାମର ପୂର୍ଣ୍ଣଚନ୍ଦ୍ର ନାୟକ । ପୋଲିସ ଏନେଇ ମାମଲା ନଂ ୩/୨୨ ରୁଜୁ କରି ଘଟଣାର ଅଧିକ ତଦନ୍ତ କରାଯାଉଥିବା ବିଷୟ ଥାନା ଅଧିକାରୀ କୌଶିକ ମାଝୀ ସୂଚନା ଦେଇଛନ୍ତି ।

Exit mobile version