Site icon Awaj Media

ରାମେଶ୍ୱର ଛକରୁ ଗଞ୍ଜେଇ ଜବତ : ଅଭିଯୁକ୍ତ କୁ ଗିରଫ କଲା ଟାଙ୍ଗୀ ଅବକାରୀ ବିଭାଗ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଗଞ୍ଜେଇ ଚୋରା ଚାଲାଣ କରିବା ଅଭିଯୋଗରେ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି । ଖୋର୍ଦ୍ଧା ଜିଲ୍ଲା ରାମେଶ୍ୱର ଛକରୁ ଉକ୍ତ ଅଭିଯୁକ୍ତଙ୍କୁ ଟାଙ୍ଗୀ ଅବକାରୀ ବିଭାଗ ଗିରଫ କରିଛି । ଖବର ମୁତାବକ ଗତ କାଲି ସକାଳେ ରାମେଶ୍ୱର ଛକରେ ଜଣେ ଗଞ୍ଜେଇ ବେପାରୀ ଗଞ୍ଜେଇ ନେଇ ପୁରୀ ଅଭିମୁଖେ ଯାଉଥିବାର ଟାଙ୍ଗୀ ଅବକାରୀ ଇନ୍ସପେକ୍ଟର ଆଲୋକ ପ୍ରଧାନ ଖବର ପାଇଥିଲେ । ସଙ୍ଗେ ସଙ୍ଗେ ଟାଙ୍ଗୀ ଅବକାରି ସବ ଇନ୍ସପେକ୍ଟର ସୁନିତା ଦଳେଇଙ୍କ ସହ ସମ୍ପୃକ୍ତ ସ୍ଥାନରେ ଚଢ଼ାଉ କରି କନ୍ଧମାଳ ଜିଲ୍ଲା କାଲିମୁଣ୍ଡା ଅଞ୍ଚଳର ଜନେକ ଦିଗଲ ନାମକ ବ୍ୟକ୍ତି କୁ ଗିରଫ କରିଥିଲେ । ତାଙ୍କ ନିକଟରୁ ୮ କେଜି ଗଞ୍ଜେଇ ଜବତ କରାଯାଇଛି , ଯାହାର ଆନୁମାନିକ ମୂଲ୍ୟ ୮୦ ହଜାର ହେବ ବୋଲି ଜଣାପଡିଛି । ଗିରଫ ଅଭିଯୁକ୍ତଙ୍କ ବିରୋଧରେ ୨୦ ଏନଡ଼ିପିଏସ ଅଧିନିୟମ ଅନୁଯାୟୀ ପିଆର ନମ୍ବର ୯୦/୨୧-୨୨ ରେ ଏକ ମାମଲା ରୁଜୁକରି ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚଲାଣ କରାଯାଇଛି ।

Exit mobile version