Site icon Awaj Media

ଅବକାରୀ ବିଭାଗର ବଡ଼ ସଫଳତା : ଟ୍ରକ ଭର୍ତ୍ତି ଆସ୍କା-୪୦ ଜବତ !!!

Spread the love

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଅବକାରୀ ବିଭାଗକୁ ମିଳିଛି ବଡ଼ ସଫଳତା । ଜଙ୍ଗଲ ମଧ୍ୟରୁ ଚଢ଼ାଉ କରି ଜବତ କରିଛି ଲକ୍ଷାଧିକ ଟଙ୍କାର ଆସ୍କା-୪୦ ମଦ । ଖବର ମୁତାବକ ଗତକାଲି ରାତିରେ ନୟାଗଡ଼ ଅଞ୍ଚଳରୁ ବାଲୁଗାଁ ଅଭିମୁଖେ ଆସ୍କା – ୪୦ ମଦ ବୋଝେଇ ଦୁଇ ଗୋଟି ଆଇଚର ଏବଂ ୪୦୭ ଟ୍ରକ ଆସୁଥିବାର ଜିଲ୍ଲା ଅବକାରୀ ମୋବାଇଲ ୟୁନିଟ ଖବର ପାଇଥିଲା । ଉକ୍ତ ଟିମ ଦ୍ୱାରା ନାଚୁଣୀ ଜଙ୍ଗଲ ମଧ୍ୟରେ ଚଢ଼ାଉ କରାଯାଇଥିଲା । ତେବେ ଦୁଇ ଗୋଟି ଟ୍ରକରେ ପାଖାପାଖି ଏକ ହଜାର ଗୋଟି ଆସ୍କା – ୪୦ ପେଟି ଥିବା ଅନୁମାନ କରାଯାଉଛି । ଯାହାର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ତେବେ ଘଟଣାସ୍ଥଳରୁ ଜଣେ ଡ୍ରାଇଭର ଗିରଫ ହୋଇଥିବା ବେଳେ ଅନ୍ୟ ଗାଡିର ଡ୍ରାଇଭର ଫେରାର ଥିବା ଜଣାପଡିଛି ।
ତେବେ ବର୍ତ୍ତମାନ ତଦନ୍ତ ପ୍ରକ୍ରିୟା ଜାରି ରହିଥିବାରୁ , ତଦନ୍ତ ସରିଲା ପରେ ଅବକାରୀ ବିଭାଗ ଦ୍ୱାରା ସଠିକ ତଥ୍ୟ ପ୍ରଦାନ କରାଯିବ ବୋଲି ଜଣାପଡିଛି ।

Exit mobile version