Site icon Awaj Media

ଅବକାରୀ ବିଭାଗର ଚଢ଼ାଉ : ବିପୁଳ ଚୋରା ମଦ ଜବତ ,୫ ଅଭିଯୁକ୍ତ ଗିରଫ !!!

Spread the love

ରାୟଗଡା ( ଆୱାଜ ମିଡ଼ିଆ ) – ଆଲୋକ ମହାରଣା : ରାୟଗଡ଼ା ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ରଙ୍କ ନିର୍ଦ୍ଦେଶରେ ଅବକାରୀ ଅଧିକ୍ଷକ ରାୟଗଡ଼ ଶ୍ରୀମତୀ ନିନା ବେଉରାଙ୍କ ତତ୍ୱାବଧାନରେ ରାୟଗଡ଼ ସଦର ମହକୁମା ରୁ ଅଫିସର ଇନଚାର୍ଜ ସୂର୍ଯ୍ୟନାରାୟଣ ରଥଙ୍କ ନେତୃତ୍ୱରେଏକ ସ୍ୱତନ୍ତ୍ର ଦଳ କାଶୀପୁର ଥାନାର ଭାରପ୍ରାପ୍ତ ଅଧିକାରୀ ଏବଂ ସମସ୍ତ କର୍ମଚାରୀ କାଶୀପୁର ବ୍ଲକର ଆମରସିଙ୍ଗଗୁଡା, ସାନମାଲିଗାଁ, ରେଙ୍ଗା, ପାଣ୍ଡପଡା, ପୁଡ଼ବନ୍ଧ , ବଡ଼ମାରିଭଟା ଆଦି ଗ୍ରାମରେ ଅତର୍କିତ ଚଢ଼ାଉ କରି ବ୍ୟାପକ ଚୋରା ମଦ ପୋଚ ଓ ମଦାରନ୍ଧା ସାମଗ୍ରୀ ଜବତ କରିଛନ୍ତି । ଉକ୍ତ ଧର ପଗଡ଼ରେ ୫ଜଣ ଅଭିଯୁକ୍ତ ଉପେନ୍ଦ୍ର ଦୟାବତି ନାଏକ , ବାଳକୃଷ୍ଣ ସାହୁ , ସାନିୟ ଝଡ଼ିଆ , ସାବିତ୍ରୀ ପ୍ରଧାନ , ଗୌରୀ ସାହୁଙ୍କୁ ଗିରଫ କରାଯାଇଛି । ଚଢ଼ାଉ ବେଳେ ୭୭୦ ଲିଟର ପୋଚ ନଷ୍ଟ କରାଯାଇଥିବା ବେଳେ ପ୍ରାୟ ୧୦୦ ଲିଟରରୁ ଅଧିକ ରନ୍ଧା ମଦ ଜବତ କରାଯାଇଛି l

Exit mobile version