Site icon Awaj Media

ନିଶ୍ଚିନ୍ତକୋଇଲି ବ୍ଲକ ରେ ଦିନକୁ ଦିନ ବଢ଼ି ଚାଲିଛି ଛେଳି ଚୋରି !!!

Spread the love

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁ ଧର ବେହେରା : ଏବେ ଛେଳି ଚୋର ଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବଢି ଚାଲିଛି । ରାତିରେ ଲୋକେ ଶୋଇଥିବା ସୁଯୋଗ ନେଇ ଗୁହାଳ ଘରୁ ଛେଳି ଚୋରି କରି ନେଉଛନ୍ତି ଛେଳି ଲୁଟେରା । କିଛିଦିନ ତଳେ ଅସୁରେଶ୍ୱର , ଲୋକନାଥପୁର ରେ ଲଗାତାର ଛେଳି ଚୋରି ହୋଇଥିଲା ବେଳେ ଗତ କାଲି ଏଭଳି ଏକ ଘଟଣା ଘଟିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ସୁକରପଡା ହଳଧରପୁର ଗାଁ ରେ . ଗତକାଲି ବିଳମ୍ବିତ ରାତିରେ ୩ ଜଣ ଛେଳି ଚୋର ଏକ ଆପାଚି ବାଇକ୍ ରେ ଆସି ଏହି ଗ୍ରାମ ର କିଛି ଲୋକଙ୍କ ଗୁହାଳ ରୁ ୩ ଟି ଛେଳି ଚୋରି କରି ନେଉଥିବା ବେଳେ ଘର ଲୋକ ଉଠି ପଡ଼ି ଛେଳି ଚୋରଙ୍କୁ ଗୋଡ଼ାଇ ଥିଲେ । ଚୋର ମାନେ ଭୟଭୀତ ହୋଇ ନିଜର ବାଇକ୍ ଛାଡ଼ି ପଳାଇ ଯାଇଥିଲେ । ଗ୍ରାମବାସୀ ବାଇକ୍ ଟିକୁ ଜବତ୍ କରି ନିଶ୍ଚିନ୍ତକୋଇଲି ପୋଲିସ କୁ ଖବର ଦେଇଛନ୍ତି । ବାରମ୍ବାର ଏହି ଅଂଚଳରେ ଏଭଳି ଛେଳି ଚୋରି ଘଟଣା ଘଟୁଥିବା ରୁ ଜନ ଅସନ୍ତୋଷ ବଢି ଚାଲିଛି । ତେଣୁ ଏଠାରେ ରାତିରେ ପୋଲିସ ପାଟ୍ରୋଲିଂ କରିବାକୁ ଦାବି କରିଛନ୍ତି ଅଂଚଳବାସୀ ।

Exit mobile version