Site icon Awaj Media

ନୟାଗଡ଼ ଏସଟିଏଫ କୁ ବଡ ସଫଳତା : ଲକ୍ଷାଧିକ ଟଙ୍କାର ବ୍ରାଉନ ସୁଗାର ଜବତ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ଏସଟିଏଫ କୁ ବଡ ସଫଳତା । ଲକ୍ଷାଧିକ ଟଙ୍କାର ବ୍ରାଉନ ସୁଗାର ସହ ବନ୍ଧୁକ ଜବତ । ବିଳମ୍ବିତ ରାତିରେ ପିଡ୍ଲ୍ୟୁଡି ଲେନ ରେ ଏସଟିଏଫ ଟିମ୍ ଚଢାଉ କରି ଜଣଙ୍କ ଘରୁ ୪ କେଜି ରୁ ଅଧିକ ବ୍ରାଉନ ସୁଗାର , ୬୦ ଲକ୍ଷରୁ ଅଧିକ ନଗଦ ଟଙ୍କା ,୩ ଟି ବନ୍ଧୁକ ସହ ବହୁ ପରିମାଣ ରେ ଗୁଳି ଜବତ କରିଛି । ସମ୍ପୃକ୍ତ ନିଶା ବେପାରୀଙ୍କ ସମ୍ପୁର୍ଣ୍ଣ ଠିକଣା ମିଳି ନଥିବା ବେଳେ ବେପାରୀ ଜଣକ ଖୋର୍ଦ୍ଧା ଅଞ୍ଚଳର ବୋଲି ଜଣାଯାଇଛି .ଏହି ବ୍ୟକ୍ତି ଜଣକ ଦୀର୍ଘ ମାସ ହେବ ପିଡ୍ଲ୍ୟୁଡି ଲେନ ର ଉଦୟପଥ କଲୋନୀରେ ପରିବାର ସହିତ ଭଡ଼ା ଘରେ ରହି ବେପାର ଚଳାଇଥିବା ଜଣାପଡ଼ିଛି । ଚଢ଼ାଉ ସମୟରେ ବେପାରୀ ଜଣକ ଖସି ପଳାଉଥିବା ସୂଚନା ମିଳିଛି । ଅଧିକ ତଦନ୍ତ କରାଗଲେ ବ୍ରାଉନ ସୁଗାର ବେପାର ସହିତ ମାରଣାସ୍ତ୍ର ରଖି ଅନ୍ୟ କୈାଣସି ଯୋଜନା କରୁଥିଲା ସେ ସମ୍ପର୍କରେ ଜଣାପଡିବ ।

Exit mobile version