Site icon Awaj Media

ଜରପଡ଼ାର ଲୋମଟାଙ୍କୁରା ଅଭାବନୀୟ ଘଟଣା !!!

Spread the love

ଚ୍ଛେଣ୍ଡିପଦା ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ଜିଲ୍ଲା ଜରପଡା ଥାନା ଇଲାକାରେ ଘଟିଯାଇଛି ଅଭାବନୀୟ ଘଟଣା . ୭ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗ । ସୂଚନା ଯେ, ଗତ ୧୮ ତାରିଖ ରାତିରେ ଏକ ୭ ବର୍ଷର ଶିଶୁ କନ୍ୟାକୁ ସେଇ ଗାଁ ର ଜଣେ ଯୁବକ ଦୁଷ୍କର୍ମ କରିବା ଅଭିଯୋଗ ହୋଇଛି । ନାବାଳିକା ଜଣକ ଘରେ ଖେଳୁଥିବା ବେଳେ ଶିବୁ ସାହୁ ନାମକ ଯୁବକ ଜଣକ ଚକଲେଟ ଦେବି ବୋଲି କହି ନାବାଳିକା କୁ ଘରପାଖ ହରଡ ବିଲ ନିକଟକୁ ନେଇ ଦୁଷ୍କର୍ମ କରିଥିଲା । କିଛି ସମୟ ପରେ ନାବାଳିକାର ମା ଝିଅକୁ ଘରେ ନପାଇ ଚିତ୍କାର କରିବାରୁ ଝିଅକୁ ହରଡ ବିଲ ପଟୁ ଆସୁଥିବା ଦେଖିଥିଲେ । ଏହାପରେ ଝିଅ ଠାରୁ ସବୁକଥା ଶୁଣି ୧୯ ତାରିଖ ଦିନ ଜରପଡା ଥାନାରେ ଏତଲା ଦେଇଥିଲେ । ଏତଲା କ୍ରମେ ଜରପଡା ପୁଲିସ୍ ଏକ ମାମଲା ରୁଜୁ କରି ସଂପୃକ୍ତ ଯୁବକକୁ ଅଟକ ରଖି ପଚରା ଉଚରା କରୁଛି ।

Exit mobile version