Site icon Awaj Media

ବାଣପୁର ଅଞ୍ଚଳର ବିଭିନ୍ନ ଦୋକାନରେ ଏନ୍ଫୋର୍ସମେଣ୍ଟ ସ୍କ୍ୱାର୍ଡ ର ଚଢ଼ାଉ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଜିଲ୍ଲା ସ୍ତରୀୟ ଏନ୍ଫୋର୍ସମେଣ୍ଟ ସ୍କ୍ୱାର୍ଡ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସି ଅଞ୍ଚଳରେ କୋଟପା ଅଧିନିୟମକୁ କାର୍ଯ୍ୟକାରୀ କରିବା ଉଦ୍ଦେଶ୍ୟରେ ଏକାଧିକ ପାନ ମସଲା ଦୋକାନରେ ଚଢ଼ାଉ କରାଯାଇଥିଲା । ଲକ୍ଷ୍ୟ ଥିଲା ସର୍ବସାଧାରଣ ସ୍ଥାନରେ ଗୁଟଖା, ସିଗାରେଟ ଆଦି ତମାଖୁ ଜନିତ ଜିନିଷ ବିକ୍ରି ନିଷିଦ୍ଧ କରିବା ସହ ଜନସାଧାରଣଙ୍କୁ ସଚେତନ କରାଇବା । ସହରରେ ଅବସ୍ଥିତ ଥିବା କଲେଜ, କୋର୍ଟ, ସ୍କୁଲ, ତହସିଲ ନିକଟରେ ବିଭିନ୍ନ ପାନ ଦୋକାନ ଉପରେ ଚଢ଼ାଉ କରାଯାଇଥିଲା ଏବଂ ସର୍ବସାଧାରଣ ସ୍ଥାନରେ ଗୁଟଖା, ସିଗାରେଟ ଆଦି ମାଦକ ଦ୍ରବ୍ୟ ବିକ୍ରିକୁ ନିଷିଦ୍ଧ ବୋଲି ଦୋକାନୀ ମାନଙ୍କୁ ଅବଗତ କରାଇବା ସହ ସଚେତନ କରାଯାଇଥିଲା । ଚଢ଼ାଉ ସମୟରେ ସହରର ୨୫ ଗୋଟି ପାନ ମସଲା ଦୋକାନ ଉପରେ ଚଢ଼ାଉ କରାଯାଇଥିବା ବେଳେ ସେମାନଙ୍କ ଠାରୁ ୨୪୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି । ଉକ୍ତ ଚଢ଼ାଉରେ ଖାଦ୍ୟ ଓ ସୁରକ୍ଷା ବିଭାଗର ଡେଜିଗନେଟେଡ୍ ଅଧିକାରୀ ସତ୍ୟଜିତ୍ ପଟେଲ, ଖୋର୍ଦ୍ଧା ରେଞ୍ଜ ଡ୍ରଗ ଇନ୍ସପେକ୍ଟର ସୁଶାନ୍ତ ସାହୁ, ବାଲୁଗାଁ ଅବକାରୀ ଅଧିକାରୀ ରଞ୍ଜନ ଦାସ, ଏନଟିପିସି ଖୋର୍ଦ୍ଧା କାଉନସିଲର ସ୍ଵର୍ଣ୍ଣଲତା ଦାସ ଏବଂ ବାଣପୁର ପୋଲିସ କର୍ମଚାରୀ ସାମିଲ ଥିଲେ । ତେବେ ଉକ୍ତ ଚଢ଼ାଉ ଆଗକୁ ମଧ୍ୟ ଜାରି ରହିବ ବୋଲି ଅଧିକାରୀ ମାନେ କହିଛନ୍ତି ।

Exit mobile version