Site icon Awaj Media

ବାଣପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ନାବାଳକ ମୃତ , ଦୁଇ ଗୁରୁତର !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଘଟିଯାଇଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଯେଉଁଥିରେ ଜଣେ ବାଳକ ପ୍ରାଣ ହରାଇଛି । ଖବର ମୁତାବକ ଘାସେଡିହ ଅଞ୍ଚଳରୁ ଶ୍ରୀତମ ନାୟକ (୧୭) ଏକ ବାଇକରେ ପିଙ୍କନ ନାୟକ (୧୪) ଏବଂ ବିଳାସ ନାୟକ (୧୫) ଙ୍କୁ ବସାଇ ବାଣପୁର ଅଭିମୁଖେ ଯାଉଥିଲେ । କିନ୍ତୁ ସାଲୁଣି ଛକ ମୋଡ଼ରେ ଭାରସାମ୍ୟ ହରାଇ ବାଇକଟିକୁ ଶ୍ରୀତମ ଏକ ଗଛରେ ପିଟି ଦେଇଥିଲେ । ଯାହା ଫଳରେ ୩ ଜଣ ଯାକ ବାଇକରୁ ଛିଟିକି ତଳେ ପଡି ଯାଇଥିଲେ । ଖବର ପାଇ ସଙ୍ଗେସଙ୍ଗେ ସ୍ଥାନୀୟ ଲୋକମାନେ ଆହତଙ୍କୁ ବାଣପୁର ମେଡିକାଲକୁ ଆଣିଥିବା ବେଳେ ପିଙ୍କନଙ୍କୁ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ମୃତ ପିଙ୍କନ ଘାସେଡିହ ଗ୍ରାମ ସଞ୍ଜୟ ନାୟକଙ୍କ ପୁତ୍ର ବୋଲି ଜଣାପଡିଛି । ଅନ୍ୟ ଦୁଇ ଆହତଙ୍କ ଅବସ୍ଥା ସଂକଟପନ୍ନ ଥିବା ବେଳେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ଦୁର୍ଘଟଣାରେ ପିଙ୍କନ ଙ୍କ ମୃତ୍ୟୁ ଘଟଣା ଶୁଣି ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିବାର ଦେଖିବାକୁ ମିଳିଛି ।

Exit mobile version