Site icon Awaj Media

ସନ୍ଦେହଜନକ ଅବସ୍ଥାରେ ଝୁଲନ୍ତା ଶବ ଉଦ୍ଧାର : ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଥାନା ଅନ୍ତର୍ଗତ ହାତିବାରି ଗ୍ରାମ ପାଖରେ ସନ୍ଦେହଜନକ ଅବସ୍ଥାରେ ଝୁଲନ୍ତା ଶବ ଉଦ୍ଧାର . ଘଟନାକୀ ନେଇ ସ୍ଥାନୀୟ ଅଞ୍ଚଳରେ ଦେଖା ଦେଇଛି ଉତ୍ତେଜନା . ସୁକିନ୍ଦା ଥାନା ଅନ୍ତର୍ଗତ ହାତିବାରି ଗ୍ରାମର ପଦ୍ମନାଭ ନାୟକଙ୍କର ଏକ ମାତ୍ର ପୁଅ ପ୍ରହଲ୍ଲାଦ ନାୟକ ରବିବାର ଦିନ ନିଖୋଜ ଥିବା ବେଳେ ପରିବାର ବର୍ଗ ପ୍ରହଲ୍ଲାଦ ନାୟକଙ୍କୁ ବହୁତ ଖୋଜା ଖୋଜି କରିବା ପରେ ଶେଷରେ ରବିବାର ବିଳମ୍ବିତ ରାତିରେ ହାତିବାରି ନଦୀ ପଠାର ବିଭିନ୍ନ ପାର୍ଶ୍ଵ ଟ୍ରଚ ମାରି ଖୋଜିବା ବେଳକୁ ହାତିବାରି ଗ୍ରାମ ପାଖ ନଦୀ ପଠାର ଏକ ବରଗଛରେ ପ୍ରହଲ୍ଲାଦ ନାୟକଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ .

ପ୍ରହଲ୍ଲାଦଙ୍କୁ ଗ୍ରାମର କିଛି ବ୍ୟକ୍ତିଗତ ତିକ୍ତତାକୁ କେନ୍ଦ୍ର କରି ମାରି କ୍ଷତାକ୍ତ କରି ହାତିବାରି ନଦୀ ପଠାର ବରଗଛରେ ଟାଙ୍ଗି ଦେଇଥିବା ମୃତକଙ୍କ ପରିବାର ପକ୍ଷରୁ ସୁକିନ୍ଦା ଥାନାରେ ଲିଖିତ ଅଭିଯୋଗ ହୋଇଥିବା ବେଳେ ସୁକିନ୍ଦା ପୋଲିସ ଲିଖିତ ଅଭିଯୋଗ ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ଦେଖିବାକୁ ମିଳିଛି । ଏହି ଘଟଣା ସନ୍ଦେହ ଜନକ ମୃତ୍ୟୁ ହୋଇଥିବାରୁ ସରକାରୀ ସାଇଣ୍ଟିଫିକ ଟିମ ଆସି ଏହି ଘଟଣାର ଅନୁଧ୍ୟାନ କରିବା ପରେ ନଦୀ ମଧ୍ୟରେ ଥିବା ଢିପ ମଧ୍ୟରୁ ଶବକୁ ଉଦ୍ଧାର କରି ନଦୀ ପାର କରି ଶବ ଆଣିବା ପରେ ସ୍ଥାନୀୟ ଲୋକେ ହାତୀବାରୀ ନଦି ପାଖ ପୀଠରେ ମୃତକଙ୍କ ଶବ ଛାଡୁ ନଥିବା ଦେଖିବାକୁ ମିଳିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ପୋଲିସ ମୁତୟନ ହେବା ସହିତ ସ୍ଥାନୀୟ ପୋଲିସ ଉତ୍ତେଜିତ ଲୋକଙ୍କୁ ବୁଝାବୁଝି କରୁଥିବା ଦେଖିବାକୁ ମିଳିଛି ।

Exit mobile version