Site icon Awaj Media

ଅନୁଗୁଳ ପୌରାଞ୍ଚଳରେ ନିର୍ବାଚନି ହିଂସା : ୨ ମାମଲା ରୁଜୁ କରି ପୁଲିସ କରୁଛି ତଦନ୍ତ !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ପୌରାଞ୍ଚଳରେ ନିର୍ବାଚନର ପୂର୍ବ ଦିନ ବୁଧବାର ଅପରାହ୍ନରେ ଏକ ନିର୍ବାଚନି ହିଂସା ଦେଖା ଦେଇଛି । ଏ ନେଇ ୨ଟି ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ କରୁଛି । ସୂଚନା ଯେ, ସହରର ଶିମିଳିପଡ଼ାର ସ୍ୱାଧୀନ ପୌରାଧ୍ୟକ୍ଷ ପ୍ରାର୍ଥୀ ଅନିରୁଦ୍ଧ ଦାସ ଅନୁଗୁଳ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଯେ, ଅପରାହ୍ନରେ ସେ ଘରକୁ ଫେରୁଥିବା ସମୟରେ ତାଙ୍କ ଘର ପାଖରେ ବହୁତ ଗୁଡ଼ିଏ ମୋଟର ଯାନ ଠିଆ ହୋଇଥିବାରୁ ସେ ଫୋନରେ ଗଣମାଧ୍ୟମ ପ୍ରତିନିଧିଙ୍କୁ କଲ କରିଥିଲେ । ଏହି ସମୟରେ ୧ ନଂ ୱାର୍ଡର ବିଜେଡି କାଉଁସିଲର ପ୍ରାର୍ଥୀ ସୁକାନ୍ତି ଦାସ , ତାଙ୍କ ସ୍ୱାମୀ ଚିନୁ ଦାସ ଅନ୍ୟ ସହଯୋଗି ମାନେ ଅନିରଦ୍ଧଙ୍କୁ ମାଡ଼ମାରି ଏକ ଧଳାରଙ୍ଗର କାରରେ ବସାଇ ନେବାକୁ ଉଦ୍ୟମ କରୁଥିବା ବେଳେ ସାହି ଲୋକମାନେ ଆସି ତାଙ୍କୁ ଉଦ୍ଧାର କରିଥିଲେ । ଏହି ଅଭିଯୋଗ ପାଇ ପୁଲିସ ଥାନାରେ ଏକ ମାମଲା ରୁଜୁ କରିଛି । ସେହିଭଳି ୧ନଂ ୱାର୍ଡର ବିଜେଡି କାଉଁସିଲର ପ୍ରାର୍ଥୀ ସୁକାନ୍ତି ଦାସ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଯେ, ସେ ତାଙ୍କ ଜଣେ ମହିଳା ସହଯୋଗିଙ୍କସହ ରାଣୀଗୁଡ଼ାରୁ ଫେରୁଥିବା ସମୟରେ ୱାର୍ଡର ଜଣେ ପରିଚିତଙ୍କ ସହ କଥା ହେଉଥିବା ବେଳେ ପୌରଧ୍ୟକ୍ଷ ପ୍ରାର୍ଥୀ ଅନିରୁଦ୍ଧ ଦାସ ଏକ ମୋବାଇଲରେ ତାଙ୍କର ଫଟୋ ଉଠାଇଥିଲେ । ଆମ ମହିଳା ମାନଙ୍କ କାହିଁକି ଫଟୋ ଉଠାଉଛ ବୋଲି କହିବାରୁ ଅନିରୁଦ୍ଧଙ୍କ ସହଯୋଗି ମାନେ ସେଠାରେ ପହଞ୍ଚି ସେମାନଙ୍କୁ ଦୁର୍ବ୍ୟବହାର କରିବାସହ ଟଣା ଓଟରା କରି ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ । ଏହି ଅଭିଯୋଗ ପାଇ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ କରୁଛି ।

 

Exit mobile version