Site icon Awaj Media

ନାବାଳିକା କୁ ଅସଦ ବ୍ୟବହାର କରି ଟିୟୁସନ ଶିକ୍ଷକ ଗିରଫ !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅଞ୍ଚଳରେ ଜଣେ ୧୧ ବର୍ଷର ନାବାଳିକାଙ୍କୁ ଅସଦ ବ୍ୟବହାର କରିବା ଅଭିଯୋଗରେ ପୁଲିସ ଶୁକ୍ରବାର ଜଣେ ଟିଉସନ ଶିକ୍ଷକଙ୍କୁ ଗିରଫ କରିଛି । ସୂଚନା ଯେ, ନାଲକୋ ଟାଉନ ସିପ ରେ ଭଡ଼ାରେ ରହୁଥିବା ପ୍ରଶାନ୍ତ କୁମାର ମହାନ୍ତି (୪୬) ନାମକ ଜଣେ ଟିଉସନ ଶିକ୍ଷକ ବୁଧବାର ସକାଳେ ଜଣେ ୬ ଷ୍ଠ ଶ୍ରେଣୀର ଛାତ୍ରୀଙ୍କୁ ଟିଉସନ କରିବାକୁ ଯାଇ ଅସଦ୍ ବ୍ୟବହାର କରିଥିଲେ । ଛାତ୍ରୀ ଙ୍କ ମା’ ଘରେ ଅନ୍ୟ କାମରେ ବ୍ୟସ୍ତ ଥିବାର ସୁଯୋଗ ନେଇ ଶିକ୍ଷକ ଏଭଳି କାର୍ଯ୍ୟ କରିଥିଲେ । ପରେ ଭୟରେ ଛାତ୍ରୀ ଜଣକ ଘରେ କାହାକୁ କହି ନଥିଲେ । ତେବେ ଗୁରୁବାର ଟିଉସନ ଶିକ୍ଷକ ଆସିବାରୁ ଛାତ୍ରୀ ଜଣକ ଟିଉସନ ହେବି ନାହିଁ ବୋଲି ତାଙ୍କ ମା’ଙ୍କୁ ମନା କରି କାନ୍ଦିଥିଲେ । କାରଣ ପଚାରିବାରୁ ଛାତ୍ରୀ ସମସ୍ତ ଘଟଣା ମା’ଙ୍କୁ କହିଥିଲେ । ଏହାପରେ ଛାତ୍ରୀ ଙ୍କ ମା’ ଗୁରୁବାର ନାଲକୋ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୁଲିସ ଥାନା କେସ ନଂ ୭୫ / ୨୨ରେ ଦଫା ୩୫୪ (ବି) ଓ ପକ୍ସୋ ଆଇନର ଧାରା ୧୦ ରେ ମାମଲା ରୁଜୁ କରି ଟିଉସନ ଶିକ୍ଷକ ପ୍ରଶାନ୍ତଙ୍କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି ।

Exit mobile version