Site icon Awaj Media

ବନ୍ଧୁକ ମୁନରେ ୭ ଲକ୍ଷ ରୁ ଉର୍ଦ୍ଧ୍ଵ ଟଙ୍କା ଲୁଟିନେଲେ ଦୁର୍ବୁତ୍ତ : ବାଲୁଗାଁ ପୁଲିସ ର ତଦନ୍ତ ଜାରି !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବେଶ କିଛି ଦିନର ନୀରବତା ପରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଞ୍ଚଳରେ ପୁଣି ଆରମ୍ଭ ହୋଇଛି ଲୁଟ । ଆଜି ଅପରାହ୍ନରେ ବାଲୁଗାଁ ଥାନା ଅନ୍ତର୍ଗତ ଇଂଜନପୁର ଛକ ନିକଟରେ ଏକ ବଡ଼ ଧରଣର ଲୁଟ ହୋଇଥିବାର ଅଭିଯୋଗ ହୋଇଛି । ଜଣେ ବାଇକ ଆରୋହୀ ଙ୍କ ନିକଟରୁ ଲକ୍ଷାଧିକ ଟଙ୍କା ଲୁଟି ନେଇ ଯାଇଛନ୍ତି ଲୁଟେରା । ଖବର ମୁତାବକ ଆଜି ଅପରାହ୍ନରେ ବଡକୂଳ ସେବା ସମବାୟ ସମିତିର ସହ ସମ୍ପାଦକ ଭୁବନେଶ୍ୱର ରଥ ମାର୍ଚ୍ଚ ମାସର କୃଷି ଋଣ ଟଙ୍କା ପାଖାପାଖି ୭ ଲକ୍ଷ ୨୫ ହଜାର ଟଙ୍କା ଆଦାୟ କରିଥିଲେ । ଆଦାୟ ଟଙ୍କା କୁ ବାଲୁଗାଁ ଚିଲିକା ରୋଡ଼ ସ୍ଥିତ ଖୋର୍ଦ୍ଧା ସମବାୟ ସେବା ସମିତି ବ୍ୟାଙ୍କରେ ଜମା କରିବା ପାଇଁ ଯାଉଥିବା ବେଳେ ଇଂଜନପୁର ଛକ ଗୋବିନ୍ଦନଗର ଠାରେ ତିନୋଟି ବାଇକରେ ଚାରି ଜଣ ଦୁର୍ବୁତ୍ତ ହଠାତ ଭୁବନେଶ୍ୱରଙ୍କ ନିକଟରେ ଆସି ପହଞ୍ଚି ଡରାଇ ଧମକାଇ ବନ୍ଧୁକ ମୁନରେ ଗାଡ଼ି ଡ଼ିକି ରୁ ସମସ୍ତ ଟଙ୍କା, ମୋବାଇଲ ଓ ବ୍ୟାଗ ଲୁଟି ଫେରାର ହୋଇ ଯାଇଛନ୍ତି । ସ୍ଥାନୀୟ ଅଞ୍ଚଳବାସୀ ଏହା ଜାଣିଲା ପରେ ପୋଲିସକୁ ଖବର ଦେଇଥିଲେ । ବର୍ତ୍ତମାନ ଘଟଣାସ୍ଥଳରେ ବାଲୁଗାଁ ଏସଡିପିଓ ଙ୍କ ନିର୍ଦ୍ଦେଶ କ୍ରମେ ବାଲୁଗାଁ ଆଇଆଇସି ଓ ନାଭାଲ ଫାଣ୍ଡି ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

Exit mobile version