Site icon Awaj Media

ବାଣପୁରରେ ଘରୋଇ ଫାଇନାନ୍ସ କମ୍ପାନୀରେ କାର୍ଯ୍ୟରତ ମହିଳାଙ୍କ ନିକଟରୁ ଟଙ୍କା ଓ ସ୍କୁଟି ଲୁଟ୍ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଗତ ମଙ୍ଗଳବାର ଦିନ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଞ୍ଚଳରେ ଏକ ଲୁଟ ହୋଇଥିବା ବେଳେ ବୁଧବାର ଦିନ ସମାନ ଢଙ୍ଗରେ ବାଣପୁର ଥାନା ଅଞ୍ଚଳରୁ ଏକ ଲୁଟ ହୋଇଥିବାର ଅଭିଯୋଗ ହୋଇଛି । ଜଣେ ଘରୋଇ ଫାଇନାନ୍ସ କମ୍ପାନୀରେ କାର୍ଯ୍ୟରତ ମହିଳାଙ୍କ ନିକଟରୁ ଟଙ୍କା ଏବଂ ଅନ୍ୟାନ ଜିନିଷ ଲୁଟି ଲୁଟେରା ଫେରାର ହୋଇ ଯାଇଥିବା ଅଭିଯୋଗ ହୋଇଛି । ପୋଲିସ ସୂଚନା ଅନୁଯାୟୀ ଆଜି ସକାଳେ ବାଲୁଗାଁ ସ୍ଥିତ ଏକ ଘରୋଇ ଫାଇନାନ୍ସ କମ୍ପାନୀରେ କାର୍ଯ୍ୟ କରୁଥିବା ବ୍ରହ୍ମପୁର ଅଞ୍ଚଳର ଜନୈକ ମହିଳା ବାଣପୁର ଥାନା ଅନ୍ତର୍ଗତ ପଣସଡିହ ଗ୍ରାମରୁ ମିଟିଙ୍ଗ ସାରି ଗ୍ରୁପ ଟଙ୍କା ନେଇ ଦଣ୍ଡିଗାଡ଼ିଆ ଗ୍ରାମକୁ ନିଜ ସ୍କୁଟିରେ ଯାଉଥିବା ବେଳେ ଦଣ୍ଡିଗାଡ଼ିଆ ଗ୍ରାମର ଅଧା କିଲୋମିଟର ପୁର୍ବରୁ ହଠାତ ଏକ ବାଇକରେ ତିନି ଜଣ ଦୁର୍ବୁତ୍ତ ମୁହଁରେ ମାସ୍କ ପିନ୍ଧି ଆସିଥିଲେ ଏବଂ ମହିଳାଙ୍କୁ ଡରାଇ ଧମକାଇ ତାଙ୍କ ନିକଟରୁ ୧୮ ହଜାର ୫୬୫ ଟଙ୍କା , ମୋବାଇଲ, ସ୍କୁଟି ଏବଂ ଏକ ଟ୍ୟାଵଲେଟ ନେଇ ଫେରାର ହୋଇ ଯାଇଥିଲେ । ଏ ନେଇ ମହିଳା ଜଣକ ବାଣପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରି ଦେଇଛି । ଶେଷ ଅପଡେଟ ସୁଦ୍ଧା ପୋଲିସ ଖୁଣ୍ଟୁପଲ୍ଲୀ ଗ୍ରାମ ନିକଟରୁ ଏକ ସ୍କୁଟି ଜବତ କରିଛି ।

Exit mobile version