Site icon Awaj Media

ହାଇକୋର୍ଟରେ ଜାମିନ ଆବେଦନ କଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ !!!

Spread the love

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଦୁଇଥର ଜାମିନ ଆବେଦନ ଖାରଜ ହେବା ପରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ହାଇକୋର୍ଟ ର ଦ୍ୱାରସ୍ଥ ହୋଇଛନ୍ତି । ବାଣପୁର ଜେଏମଏଫସି ଅଦାଲତରେ ବିଧାୟକଙ୍କ ଜାମିନ ଆବେଦନ ଖାରଜ ହୋଇଥିଲା , ଫଳରେ ସେ ଜାମିନ ପାଇଁ ଗତ କାଲି ହାଇକୋର୍ଟରେ ଆବେଦନ କରିଥିବାର ସୂଚନା ମିଳିଛି । ମାର୍ଚ୍ଚ ୧୨ ତାରିଖ ଦିନ ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ଚାଲିଥିବା ବେଳେ ବାଣପୁର ବ୍ଲକ ଅଫିସ୍‌ ସମ୍ମୁଖରେ ଉପସ୍ଥିତ ବିଜେପି କର୍ମୀଙ୍କୁ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଗାଡ଼ି ମଡ଼ାଇ ଦେଇଥିବାର ଅଭିଯୋଗ ହୋଇଛି । ଏଥିରେ କେତେକ ଲୋକଙ୍କ ସମେତ ପୋଲିସ୍‌ କର୍ମଚାରୀ ମଧ୍ୟ ଆହତ ହୋଇଥିଲେ । ଏହା ପରେ ଉତ୍ୟକ୍ତ ଲୋକମାନେ ବିଧାୟକଙ୍କୁ ଗାଡ଼ିରୁ ଟାଣି ଆଣି ମାଡ଼ ମାରିଥିଲେ । ବିଧାୟକଙ୍କୁ ମାଡ ମାରିବା ଅଭିଯୋଗରେ ମଧ୍ୟ ନଅ ଜଣଙ୍କୁ ପୋଲିସ ଗିରଫ କରିଛି ।

Exit mobile version