Site icon Awaj Media

ଜାମୁପଶି ଗ୍ରାମରୁ ଯୁବତୀ ଚାଲାଣ ଘଟଣାରେ, ଗ୍ରାମବାସୀଙ୍କ ଆକ୍ରମଣରେ ଯୁବକ ଯୁବତୀ ଗୁରୁତର ଆହତ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଜାମୁପଶି ଗ୍ରାମରୁ ଯୁବତୀ ଚାଲାଣ ଘଟଣା ସମୟରେ ଘଟିଲା ଅଘଟଣ , ଗ୍ରାମବାସୀଙ୍କ ଆକ୍ରମଣରେ ଯୁବକ ଯୁବତୀ ଗୁରୁତର ଆହତ . ରାଜସ୍ଥାନ ବାସିନ୍ଦା କୈଳାଶ ମିନା ଓ ଜାମୁପଶି ଗ୍ରାମରେ ରହୁଥିବା ଜୈନିକା ଯୁବତୀ ମିଶି ରାଜ୍ୟ ବାହାରକୁ କାମ କରିବାକୁ ନେବା ପାଇଁ କହି ସୁକିନ୍ଦା ଥାନା ଅନ୍ତର୍ଗତ ଜାମୁପଶି ଗ୍ରାମରୁ ଶୁକ୍ରବାର ଭୋର ସମୟରେ କିଛି ମହିଳାଙ୍କୁ ନେବା ପାଇଁ ଯୋଜନା କରୁଥିବା ସ୍ଥାନୀୟ ଲୋକେ ସେମାନଙ୍କୁ ଗୋଡ଼ାଇଥିଲେ . ରାଜସ୍ଥାନ ବାସିନ୍ଦା କୈଳାଶ ମିନା ଓ ଜାମୁପଶି ଗ୍ରାମରେ ରହୁଥିବା ଯୁବତୀଙ୍କୁ ସ୍ଥାନୀୟ ଲୋକେ ସୁକିନ୍ଦା ମୁଖ୍ୟ ରାଜପଥରୁ ଧରି ଆକ୍ରମଣ କରିବା ଫଳରେ ଗ୍ରାମବାସୀଙ୍କ ଆକ୍ରମଣରେ ରାଜସ୍ଥାନ ବାସିନ୍ଦା କୈଳାଶ ମିନା ଓ ଯୁବତୀ ଗୁରୁତର ଆହତ ହୋଇଛନ୍ତି . ତେବେ କିଛି ସ୍ଥାନୀୟ ଲୋକ ସେମାନଙ୍କୁ ଉଦ୍ଧାର କରି ସୁକିନ୍ଦା ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିବାର ସୂଚନା ମିଳିଛି .

Exit mobile version