Site icon Awaj Media

ତେଲିଆ ମୁଣ୍ଡରେ ତେଲ : ପ୍ରକୃତ ହିତାଧିକାରୀ ଯୋଜନାରୁ ହେଉଛନ୍ତି ବଞ୍ଚିତ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ସରକାର ଡିଣ୍ଡିମ ପିଟୁଛନ୍ତି କେହି ବାସହୀନ ରହିବେ ନାହିଁ । କିନ୍ତୁ ସରକାରଙ୍କ ଆବାସ ଯୋଜନା ହେଉ କି , ମୋ କୁଡିଆ ଯୋଜନା ହେଉ ପ୍ରକୃତ ହିତାଧିକାରୀ ପାଖରେ ପହଁଞ୍ଚୁଛି କି ନାହିଁ, ତାହା ତଦାରଖ କରିବାକୁ କେହି ନାହାନ୍ତି । ତେଲିଆ ମୁଣ୍ଡରେ ତେଲ ନୀତିରେ , ଧନୀ ଲୋକ ମାନେ ଯୋଜନାର ଫାଇଦା ଉଠାଉଥିବା ବେଳେ ପ୍ରକୃତ ହିତାଧିକାରୀ ବଞ୍ଚିତ ହେଉଛନ୍ତି ଯୋଜନାରୁ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ସଦର ବ୍ଲକ ମୁଥାଗାଡିଆ ପଞ୍ଚାୟତ ର ମୁଥାଗାଡିଆ ଗ୍ରାମରେ ।

ଏହି ଗ୍ରାମର ସୁଲୋଚନା ନାୟକ ଦୀର୍ଘ ବର୍ଷ ହେବ ଏକ ଭଙ୍ଗା ତାଟି ଜରି ପକା ଘରେ ରହୁଥିଲେ ମଧ୍ୟ କୈାଣସି ଯୋଜନାରେ ଘରଟିଏ ପାଇ ପାରି ନାହାଁନ୍ତି । ଏ ସମ୍ପର୍କରେ ସରପଞ୍ଚଙ୍କ ଠାରୁ ବିଡ଼ିଓ ଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ କେହି ସୁଲୋଚନା ଙ୍କ ଅଭିଯୋଗ କୁ ଶୁଣୁ ନାହାନ୍ତି । ଘଟଣା ସମ୍ପର୍କରେ ଆୱାଜ ମିଡିଆ ପ୍ରତିନିଧିଙ୍କ ଠାରୁ ଖବର ପାଇ ମୁଥାଗାଡିଆ ପଞ୍ଚାୟତ ର ନୂତନ ସରପଞ୍ଚ ସୁଶାନ୍ତ କୁମାର ପ୍ରଧାନ ସୁଲୋଚନା ଙ୍କ ଘର ଦେଖିବା ସହିତ ସେ ପ୍ରକୃତ ଯୋଗ୍ୟ ହିତାଧିକାରୀ ଏବଂ ଅତି ଶୀଘ୍ର ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଙ୍କ ସହିତ ଆଲୋଚନା କରି ସୁଲୋଚନା ଙ୍କ ସମସ୍ୟା ସମାଧାନ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି ।

Exit mobile version