କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ଅଗ୍ନୀକୁ ସାକ୍ଷୀ ରଖି ବିବାହ କରିଥଲେ l ଆଉ ସୁଖଦୁଃଖରେ ସାଥୀ ହୋଇ ରହିବାକୁ କଥା ଦେଇଥିଲେ ଉଭୟ ଉଭୟଙ୍କୁ l ହେଲେ କୌଣସି କାରଣରୁ ଉଭୟ ଙ୍କ ମଧ୍ୟରେ ପାଟିତୁଣ୍ଡ, ଯୁକ୍ତିତର୍କ ହୋଇଥିଲା l ଏଥିରେ ହଠାତ ଉତ୍ୟକ୍ତ ହୋଇ ନିଷ୍ଠୁର ସ୍ୱାମୀ ଟାଙ୍ଗିଆରେ ହାଣି ସ୍ତ୍ରୀ କୁ ହତ୍ୟା କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି l ଏଭଳି ଏକ ଅଭାବନୀୟ ଘଟଣା କନ୍ଧମାଳ ଜିଲା ଫିରିଙ୍ଗିଆ ଥାନା କାଶିନୀପଦର ଗାଁରେ ଦେଖିବାକୁ ମିଳିଛି l ପ୍ରକାଶ ଯେ , ଶୁକ୍ରବାର ସକାଳେ ସ୍ୱାମୀ ମିଥୁନ ଡିଗାଲ ଓ ସ୍ତ୍ରୀ ହେମଲତା ମଧ୍ୟରେ କୌଣସି କାରଣରୁ ବଚସା ହୋଇଥିଲା । ଏହି ବଚସା ଧିରେ ଧିରେ ଉଗ୍ରରୂପ ଧାରଣ କରିଥିଲା । ଏଥିରେ ଉତକ୍ଷିପ୍ତ ହୋଇ ମିଥୁନ ଟାଙ୍ଗିଆରେ ହେମଲତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଚୋଟ ମାରି ଗୁରୁତର କ୍ଷତି କରିଥିଲା । ଫଳରେ ହେମଲତା ରକ୍ତ ଜୁଡୁବୁଡୁ ଅବସ୍ଥାରେ ଚିତ୍କାର କରିଥିଲେ l ପାଟି ଶୁଣି ସ୍ଥାନୀୟ ଲୋକେ ହେମଲତା ଙ୍କୁ ଉଦ୍ଧାର କରି ପ୍ରଥମେ ଫିରିଙ୍ଗିଆ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଫୁଲବାଣୀ ସଦର ମହକୁମା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି l ଖବର ପାଇ ଫିରିଙ୍ଗିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଅବ୍ୟାହତ ରଖିଛି l
ପାରିବାରିକ କଳହରୁ ସ୍ତ୍ରୀ କୁ ଟାଙ୍ଗିଆରେ ହାଣିଦେଲା ସ୍ୱାମୀ : ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି !!!

