Site icon Awaj Media

ବାଲିଗୁଡା : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକ ଗୁରୁତର !!!

Spread the love

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ସରାମୁଳୀ ପଞ୍ଚାୟତର ପାକାଲମାହା ଗ୍ରାମର ଜଣେ ଯୁବକ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇଥିବା ଜଣାପଡିଛି । ଆହତ ଯୁବକ ଜଣକ ହେଲେ ସେହି ଗ୍ରାମର ସିକସା ମୁଠାମାଝୀ ଙ୍କ ୨୨ ବର୍ଷୀୟ ପୁଅ ବବୁନ ମୁଠାମାଝୀ । ସୂଚନା ଅନୁଯାୟୀ ଶନିବାର ଅପରାହ୍ନରେ ବିଦ୍ୟୁତ ଚାଲିଯିବା ପରେ ଧୁସାରି ଗାଁ ଛକରେ ଥିବା ଟ୍ରାନ୍ସଫର୍ମର ର ଫିୟୁଜ ଚେକିଂ କରିବାକୁ ଯାଇଥିଲେ । ସେହି ସମୟରେ ଅକସ୍ମାତ ବିଦ୍ୟୁତ ସଂସ୍ପର୍ଶରେ ଆସି ତଳେ ପଡି ଯାଇଥିଲେ । ଗ୍ରାମବାସୀ ତାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ବ୍ରାହ୍ମଣୀଗାଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା କରିବା ପରେ ଅବସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସା ପାଇଁ ଡାକ୍ତର ପ୍ରମୋଦ କୁମାର ସେଠୀ ବ୍ରହ୍ମପୁର ଡାକ୍ତରଖାନା ନେବାକୁ ପରାମର୍ଶ ଦେଇଥିଲେ । ୧୦୮ ଆମ୍ବୁଲାନ୍ସ ଯୋଗେ ବବୁନକୁ ବ୍ରହ୍ମପୁର ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି ।

Exit mobile version