Site icon Awaj Media

ଛିନ୍‌ତାଇ ଅଭିଯୋଗରେ ଦୁଇ ଗିରଫ !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ସିପିପି ଛକ ନିକଟରୁ ମୋବାଇଲ ଛିନ୍‌ତାଇ ଅଭିଯୋଗରେ ପୁଲିସ ୩ ଜଣଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି । ସୂଚନା ଯେ, ରବିବାର ସକାଳେ ମେଦିନାପୁର ଅଞ୍ଚଳର ଅନିକେଶ ସାମନ୍ତ ନାମକ ଜଣେ ଶ୍ରମିକ ଛକର ଏକ ଦୋକାନ ସାମ୍ନାରେ ବସିଥିବା ବେଳେ ଗିରାଙ୍ଗ ଗାଁର ୩ ଜଣ ଯୁବକ ଆସି ତାଙ୍କୁ ମାଡ଼ମାରି ତାଙ୍କ ମୋବାଇଲ ଫୋନ୍‌ ଓ ମନିପର୍ସ ଛଡ଼ାଇ ନେଇଥିଲେ । ଏ ନେଇ ଅନିକେଶ ନାଲକୋ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୁଲିସ ଏକ ମାମଲା ରୁଜୁ କରି ସୋମବାର ଗିରାଙ୍ଗ ଗାଁର ମନୁ ଓରଫ ମନୋଜ ବେହେରା (୨୫) ଓ ସୁନିଆ ଓରଫ ବିକ୍ରମ ସାହୁ (୨୧)ଙ୍କୁ ଗିରଫ କରି ମୋବାଇଲ ଫୋନ୍‌ ଜବତ କରିଛି । ୨ ଅଭିଯୁକ୍ତଙ୍କୁ ସୋମବାର କୋର୍ଟ ଚାଲାଣ କରାଯାଇଛି ।

Exit mobile version