Site icon Awaj Media

ବଢି ଚାଲିଛି ମହିଳା ହଷ୍ଟେଲ ରେ କାର୍ଯ୍ୟରତ ପୁରୁଷ କର୍ମଚାରୀଙ୍କ ଦୌରାତ୍ମ୍ୟ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ପରିଚାଳନାଗତ ତ୍ରୁଟି , ଦୁର୍ନୀତି ଏବଂ ବିବାଦ କୁ ନେଇ ଚର୍ଚ୍ଚାରେ ରହୁଥିବା ବାଙ୍କୀ ମହାବିଦ୍ୟାଳୟ ଏବେ ଏକ ନୂଆ କାରଣକୁ ନେଇ ପୁଣି ଆସିଛି ଚର୍ଚ୍ଚା କୁ . ମହିଳା ହଷ୍ଟେଲରେ କାର୍ଯ୍ୟ କରୁଥିବା ପୁରୁଷ କର୍ମଚାରୀଙ୍କର ବଢି ଚାଲିଛି ଦୌରାତ୍ମ୍ୟ . ଅଭିଯୋଗ ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣରେ ଶୀଥିଳତା ଅବଲମ୍ବନ କରୁଛନ୍ତି ମହାବିଦ୍ୟାଳୟ କର୍ତ୍ତୃପକ୍ଷ . ଅନ୍ୟ ପକ୍ଷରେ ସମ୍ପୃକ୍ତ କର୍ମଚାରୀଙ୍କୁ ସଂପୂର୍ଣ୍ଣ କଟକଣା ମୁକ୍ତ କରି ପୁନଃ ଥଇଥାନ ପାଇଁ ପଦକ୍ଷେପ ନେଇଥିବା କର୍ମଚାରୀଙ୍କ ଉପରେ ପଡୁଛି ଚାପ . ପ୍ରଥମତଃ ସରକାରୀ ଗାଇଡ଼ ଲାଇନ ର ଖୁଲମଖୁଲା ଉଲଂଘନ କରାଯାଇ ଲେଡ଼ିଜ ହଷ୍ଟେଲ ରେ ପୁରୁଷ କର୍ମଚାରୀ ନିଯୁକ୍ତି କରାଯାଇଛି । ଦ୍ଵିତୀୟରେ ଆଗରୁ ସେହି କର୍ମଚାରୀଙ୍କ ନାମରେ ବହୁବାର ଦୁର୍ନୀତିର ଅଭିଯୋଗ ଆସିଥିଲେ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇନାହିଁ . ତେବେ କାହା ନିର୍ଦ୍ଦେଶ ରେ କଣ ପାଇଁ ତାଙ୍କ ଉପରେ ଏତେ ଅନୁକମ୍ପା ତାହା ଏବେ ସନ୍ଦେହ ଘେରରେ . ଅନ୍ୟ ପକ୍ଷରେ ଏପରି ସ୍ଥିତିରେ ମହିଳା ଛାତ୍ରୀ ନିବାସରେ ଛାତ୍ରୀ ମାନେ କେତେ ସୁରକ୍ଷିତ ତାହା ଏବେ ବଡ ପ୍ରଶ୍ନ !!

 

Exit mobile version