Site icon Awaj Media

ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା : ଯୁବକ ମୃତ !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଅଧିନ ଆର.ନୂଆଗାଁ ଗରାକୁମ୍ପା ପ୍ରାଥମିକ ବିଦ୍ୟାଳୟ ନିକଟରେ ଏକ ବାଇକ୍ ଦୁର୍ଘଟଣା ଘଟି ଜଣେ ଯୁବକଙ୍କ ମୃତ୍ୟୁ ହୋଇଯାଇଛି l ମୃତ ଯୁବକ ଜଣକ ହେଲେ ବୌଦ୍ଧ ଜିଲ୍ଲା ଚାରିଛକ ଥାନା ଆଡ଼େନିଗଡ଼ ଗ୍ରାମର ବସନ୍ତ ମୁଖି (୩୫) l ବସନ୍ତ ନିଜ ମାମୁଁ ଘର ଆର.ନୂଆଗାଁ ରେ ରହୁଥିବା ବେଳେ କୌଣସି କାମରେ ରାତି ୮ ଟା ବେଳେ ଆର୍ . ନୂଆଗାଁ ଠାରୁ ଲାଇନପଡ଼ା ଯାଇଥିବା ବେଳେ ବାଇକ ଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଖସି ପଡ଼ିବାରୁ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଛି l ଖବର ପାଇ ଖଜୁରୀପଡ଼ା ପୁଲିସ ଏସଆଇ ଉଦ୍ଧବ କୁମାର ଯାନୀଙ୍କ ସହ ଏକ ଟିମ ଯାଇ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ମୋଟର ସାଇକେଲ ଜବତ କରିବା ସହ ଶବ ବ୍ୟବଛେଦ ପାଇଁ ଫୁଲବାଣୀ ପଠାଇଛନ୍ତି l ଏ ନେଇ ମୃତକ ବସନ୍ତ ମୁଖିଙ୍କ ମାମୁଁ କହ୍ନେଇ ମୁଖି ଖଜୁରୀପଡ଼ା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି l

Exit mobile version