ନୟାଗଡ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କୁ ମାତ୍ର କେଇ ଦିନ ପୂରିଥିବା ବେଳେ ନୂଆଗାଁ ରେ ରାଜନୈତିକ ଉଷ୍ମତା ଦେଖା ଦେଇଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ନିମନ୍ତ୍ରିତ ଥିବା ଅତିଥି ମାନଙ୍କୁ ବିରୋଧ କରି ଦୁର୍ବୁତ୍ତ ମାନେ ଉଦଘାଟନ ପୂର୍ବରୁ ଫଳକ ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁଯାୟୀ, ପଞ୍ଚାୟତ ନିର୍ବାଚନ ପରେ ନୂଆଗାଁ ବ୍ଲକରେ ପ୍ରଥମ ଥର କରି ଉଦଘାଟନ କାର୍ଯ୍ୟକ୍ରମକୁ ବ୍ଲକ ସଦର ମହକୁମାରେ ବିରୋଧ କରାଯାଇଥିବା ବେଳେ ଉଦଘାଟନ କାର୍ଯ୍ୟକ୍ରମ ସଫଳ ନହେବା ସମସ୍ତଙ୍କୁ ଚିନ୍ତାରେ ପକାଇଛି । ନୂଆଗାଁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଗୁରୁବାର ଦିନ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନିମନ୍ତେ ଏକ ଆକ୍ବାଗାର୍ଡର ଶୁଭ ଉଦଘାଟନ ନିମନ୍ତେ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଏକ ଫଳକ ଲଗା ଯାଇଥିଲା । ହେଲେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ରାତାରାତି ଦୁର୍ବୁତ୍ତ ମାନେ ଫଳକକୁ ଭାଙ୍ଗି ଖସାଇ ଦେଇଥିବା ଦେଖିବାକୁ ମିଳିଛି । ଏହି ଘଟଣାକୁ କିଏ ଘଟାଇଛି ଏବଂ କଣ ଉଦ୍ଦେଶ୍ୟ ରଖି ଘଟାଇଛି ତାହା ଜଣା ପଡିନାହିଁ । ପଞ୍ଚାୟତ ନିର୍ବାଚନ ପରେ ଏଭଳି ବିରୋଧି କାର୍ଯ୍ୟ ନୂଆଗାଁ ରାଜନୀତିକୁ ସରଗରମ କରି ଦେଇଛି । ତେବେ ଏଭଳି ବିରୋଧି କାର୍ଯ୍ୟ ଆଗାମୀ ଦିନରେ କେଉଁ ମୋଡ ନେଉଛି ତାହା ଦେଖିବାକୁ ବାକି ରହିଲା ।
ନୂଆଗାଁ ରେ ରାଜନୈତିକ ଉଷ୍ମତା : ଉଦଘାଟନ ପୂର୍ବରୁ ଫଳକ ଭାଙ୍ଗିଲେ ଦୁର୍ବୁତ୍ତ !!!

