Site icon Awaj Media

ଅଜଣା ଗାଡ଼ି ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ବେଡାଙ୍ଗପାଜୁ ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣଙ୍କ ମୃତ୍ୟୁ ହୋଇଛି l ମୃତକ ଜଣକ ହେଲେ ଖଜୁରୀପଡ଼ା ଥାନା ବୁରୁପଦା ଗ୍ରାମର ଉତ୍ସବ ମହାନନ୍ଦ ( ୬୦ ) . ଶୁକ୍ରବାର ରାତିରେ ଉତ୍ସବ ଗୁଦାରୀ ଠାରେ ଏକ ଶୁଦ୍ଧି କାର୍ଯ୍ୟରେ ଯୋଗଦେଇ ନିଜ ଗ୍ରାମକୁ ଫେରୁଥିଲେ l ବେଡାଙ୍ଗପାଜୁ ପୋଲ ଉପରେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇ ଚାଲିଯାଇଛି l ଗୁରୁତର ଅବସ୍ଥାରେ ତାଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା l ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି l ଖଜୁରୀପଡ଼ା ପୁଲିସ ଶବ ବ୍ୟବଛେଦ କରାଇବା ପରେ ମୃତଦେହ ପରିବାରକୁ ହସ୍ତାନ୍ତର କରଛି l ଏ ନେଇ ମୃତକଙ୍କ ପୁଅ ଲକ୍ଷ୍ମୀଧର ଖଜୁରୀପଡ଼ା ଥାନାରେ ଏତଲା ଦାଏର କରିଛନ୍ତି l ଏତଲା କୁ ଆଧାର କରି ପୁଲିସ ତଦନ୍ତ କରୁଛି l

Exit mobile version