ବାଣପୁର ( ଆୱାଜ ମିଡିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ରତନପୁର ଗ୍ରାମର ଜଣେ ଯୁବକଙ୍କୁ ଘରେ ମରଣାନ୍ତକ ଆକ୍ରମଣ କରି ୩ ଜଣ ଡକାୟତ ତାଙ୍କ ଠାରୁ ବାଇକ ଓ ଟଙ୍କା ଲୁଟି ନେଇଥିବାର ଅଭିଯୋଗ ହୋଇଛି ବାଣପୁର ଥାନାରେ। ଗତକାଲି ଯୁବକ ଜଣକ ନିଜ ଘରେ ଥିବା ବେଳେ ଝିଣ୍ଟିକାପଲି ଗ୍ରାମର ତିନି ଜଣ ଯୁବକ ତାଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହ ତାଙ୍କ ନିକଟରୁ ଏକ ପଲସର୍ ବାଇକ୍ ଓ ୮ ହଜାର ଟଙ୍କା ଲୁଟିନେଇ ଥିବାର ବାଣପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ଯୁବକ . ତେବେ ଘଟଣାକୁ ବାଣପୁର ଥାନା ଗୁରୁତର ଭାବେ ନେଇ କେସ ନଂ ୧୬୮ / ୨୨ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବାର ଜଣା ପଡ଼ିଛି ।
ବାଣପୁର ରତନପୁର ଗ୍ରାମର ଯୁବକଙ୍କୁ ଆକ୍ରମଣ : ବାଇକ୍ ଓ ଟଙ୍କା ଲୁଟ ଅଭିଯୋଗ ନେଇ ମାମଲା ରୁଜୁ କଲା ପୋଲିସ !!!

