Site icon Awaj Media

ସୁକିନ୍ଦା ମୁଖ୍ୟ ରାଜପଥରୁ କୋଇଲା ବୋଝେଇ ଟ୍ରକ ଲୁଟ : ଥାନାରେ ଅଭିଯୋଗ କଲେ ଆହତ ଡ୍ରାଇଭର !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ତାଳଚେର କୋଇଲା ଖଣିରୁ କୋଇଲା ବୋଝେଇ କରି କଳିଙ୍ଗନଗର ସ୍ଥିତ ଜିନ୍ଦଲ କମ୍ପାନୀକୁ ଆସୁଥିଲା ଟ୍ରକ . ଶନିବାର ରାତି 12 ଘଟିକା ସମୟରେ ସୁକିନ୍ଦା ଥାନା ଅନ୍ତର୍ଗତ ମୁଖ୍ୟ ରାଜପଥରେ କୋଇଲା ବୋଝେଇ ଟ୍ରକ ଟି ଅତିକ୍ରମ କରୁଥିବା ବେଳେ କିଛି ଅଜଣା ଲୁଟେରା କୋଇଲା ବୋଝେଇ ଗାଡ଼ିକୁ ଅଟକାଇ ଡ୍ରାଇଭର କୁ ମାଡ଼ ମାରି ଆହତ କରି ପାଖରେ ଥିବା ଜଙ୍ଗଲରେ ଡ଼୍ରାଇଭରକୁ ବାନ୍ଧି କୋଇଲା ବୋଝେଇ ଟ୍ରକ ଟିକୁ ନେଇ ଯାଇଥିଲେ . ଆଜି ସକାଳୁ ସ୍ଥାନୀୟ ବାସିନ୍ଦା ଆହତ ଡ଼୍ରାଇଭର ଗଛରେ ବନ୍ଧା ହୋଇଥିବା ଦେଖି ଗଛରୁ ଡ଼୍ରାଇଭରଙ୍କୁ ଖୋଲି ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେଇଥିଲେ . ଅଜଣା ଲୁଟେରା କୋଇଲା ବୋଝେଇ ଗାଡି ନଂ OD 19 F 7931 କୁ ଲୁଟି ନେଇଥିବା ଘଟଣା ନେଇ ଡ୍ରାଇଭର ଅନଙ୍ଗ କିଶାନ ସୁକିନ୍ଦା ଥାନା ଦ୍ୱାରସ୍ଥ ହୋଇଥିବା ଦେଖିବାକୁ ମିଳିଛି ।

Exit mobile version