Site icon Awaj Media

ଦୁର୍ବୁତ୍ତଙ୍କ ଲୁହା ଛଡ଼ ଆକ୍ରମଣରେ ରକ୍ତାକ୍ତ ଜେଏସ୍‌ପିଏଲ୍ କର୍ମଚାରୀ !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ଜିଲ୍ଲା ନିଶା ଥାନା ଅନ୍ତର୍ଗତ ପରଙ୍ଗ ହାଇସ୍କୁଲ ନିକଟରେ ସୋମବାର ସକାଳ ପ୍ରାୟ ୭ଟା ବେଳେ ଜେଏସ୍‌ପିଏଲ୍ କର୍ମଚାରୀ ରାକେଶ କୁମାର ଜେନା ରାତି ଡିଉଟି ସାରି ହେମସୁରାପଡା ଫେରୁଥିବା ବେଳେ କିଛି ଦୁର୍ବୁତ୍ତ ତାଙ୍କୁ ଲୁହା ଛଡ଼ରେ ଆକ୍ରମଣ କରି ରକ୍ତାକ୍ତ କରି ପକାଇଥିଲେ । ରାକେଶ ତଳେ ପଡି ଛଟପଟ ହେଉଥିବା ବେଳେ ଦୁର୍ବୁତ୍ତ ମାନେ ରାକେଶଙ୍କ ପର୍ସ ରୁ ୮ ହଜାର ଟଙ୍କା ଓ ବେକରୁ ସୁନା ଚେନ ନେଇ ପଳାଇଥିଲେ । ଗୁରୁତର ରାକେଶଙ୍କୁ ବାଟୋଇ ମାନେ ଉଦ୍ଧାର କରି ଅନୁଗୁଳ ଡାକ୍ତର ଖାନାରେ ଭର୍ତ୍ତି କରାଇଛନ୍ତି । ଏଥିନେଇ ନିଶା ଥାନାରେ ଅଭିଯୋଗ ହେବାପରେ ତଦନ୍ତ ଚାଲୁ ରହିଛି ।

 

Exit mobile version