Site icon Awaj Media

ଚିଲିକାର ବିଭିନ୍ନ ବରଫ କଳ ଉପରେ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ଚଢ଼ାଉ !!!

Spread the love

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବର୍ତ୍ତମାନ ଗ୍ରୀଷ୍ମ ଋତୁ ଚାଲିଥିବା ବେଳେ ବଜାରରେ ଥଣ୍ଡା ମୃଦୁ ପାନୀୟ ଓ ଜଳର ଚାହିଦା ଅହେତୁକ ଭାବେ ବୃଦ୍ଧି ପାଉଛି । ଏହି ପରିପ୍ରେକ୍ଷୀରେ ବିଭିନ୍ନ ବରଫ କଳ ଗୁଡିକରେ ସ୍ୱଚ୍ଛତା ଅବଲମ୍ବନ ହେଉ ନଥିବା ଏବଂ ଅପମିଶ୍ରଣ ହେଉଥିବାର ଅଭିଯୋଗ ହେବା ପରେ ଆଜି ମଧ୍ୟାହ୍ନରେ ଖାଦ୍ୟ ଓ ସୁରକ୍ଷା ବିଭାଗର ଡେଜିଗନେଟେଡ୍ ଅଧିକାରୀ ସତ୍ୟଜିତ୍ ପଟେଲ ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଓ ବାଲୁଗାଁ ଅଞ୍ଚଳର ବିଭିନ୍ନ ବରଫ କଳରେ ଚଢ଼ାଉ କରିଥିଲେ । ନାଚୁଣୀର ଗୋଟାଏ ଏବଂ ବାଲୁଗାଁର ଚାରି ଗୋଟି ବରଫ କଳରେ ଚଢ଼ାଉ କରାଯାଇଥିଲା । ତେବେ ସମସ୍ତ ବରଫ ଗୁଡ଼ିକ ବିଭିନ୍ନ ବ୍ୟବସାୟ ଉପଯୋଗୀ ହୋଇଥିବା ବେଳେ ଏହା ଘରୋଇ ବ୍ୟବହାର ପାଇଁ ପ୍ରଯୁଜ୍ୟ ନୁହେଁ ବୋଲି ଜଣାପଡିଛି । ତତସହିତ ଶ୍ରୀ ପଟେଲ ସମସ୍ତ ବରଫ କଳର ପାରିପାର୍ଶ୍ଵିକ ଅବସ୍ଥିତି, ପରିସରରେ ସ୍ଵଚ୍ଛତା ଆଦି ଯାଞ୍ଚ କରିବା ସହ ପାଣି ଏବଂ ବରଫର ମାନ ମଧ୍ୟ ଯାଞ୍ଚ କରିଥିଲେ । ପରିଶେଷରେ ଶ୍ରୀ ପଟେଲ ବିଭିନ୍ନ ବରଫ କଳରୁ ବରଫ ଏବଂ ବରଫ ପାଇଁ ବ୍ୟବହାର ହେଉଥିବା ପାଣିର ଚାରି ଗୋଟି ନମୁନା ସଂଗ୍ରହ କରି ପରୀକ୍ଷା ଲାଗି ପଠାଇଥିବା ବେଳେ ସମସ୍ତ ବରଫ କଳ ମାଲିକ ମାନଙ୍କୁ କଳ ପରିସରରେ ସ୍ୱଚ୍ଛତା ବଜାୟ ରଖିବା ସହ ଅପମିଶ୍ରିତ ବରଫ ବିକ୍ରି ନ କରିବା ନେଇ ତାଗିଦ କରିଥିଲେ।

Exit mobile version