ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ଜବରଦଖଲ କୁ ନେଇ ନୟାଗଡ଼ ସହରରେ ବାବାଙ୍କ ଦବଙ୍ଗଗିରି । ନୟାଗଡ଼ ଜଗନ୍ନାଥ ମନ୍ଦିର ନିକଟରେ ରହୁଥିବା ବାବା ଙ୍କୁ ଲାଗିଛି ଜାଗା ମାନିଆ । ନିଜ ଜାଗା ଥାଇବି ସରକାରୀ ଜାଗାକୁ କରୁଛନ୍ତି ଜବରଦଖଲ । ଘଟଣା ରୁ ପ୍ରକାଶ ଜଗନ୍ନାଥ ମନ୍ଦିର ପାଖରେ ମ୍ୟୁନିସିପାଲଟି ର ଏକ ଡ୍ରେନ ଯାଇଛି । ଏହି ଡ୍ରେନ କୁ ନିଜର ଜାଗା କହି ବାବା ବାଡ଼ ବୁଲାଇଥିଲେ । ଡ୍ରେନ ପାଖରେ ଗଛ ଉଠି ଅପରିଷ୍କାର ହେବାରୁ ବାବାଙ୍କ ପଡୋଶୀ ଘରେ ସାପ ସୁପା ପଶିଲେ । ପଡୋଶୀ ଏହି ଗଛ ସଫା କରିବାରୁ ବାବାଙ୍କ ମୁଣ୍ଡ ବିଗିଡି ଗଲା । ଆରମ୍ଭ ହେଲା ଦବଙ୍ଗଗିରି । ପଡୋଶୀ ଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହିତ ମୋବାଇଲ ମଧ୍ୟ ଛଡ଼ାଇ ଫିଙ୍ଗି ଦେଲେ । ଏତିକିରେ ମନ ବୁଝିଲା ନାହିଁ । ଆଖପାଖ ଲୋକଙ୍କୁ ଆତଙ୍କିତ କରିବା ପାଇଁ ନିଜର ପୁରୁଣା ଐତିହ୍ୟ କହିବାକୁ ଲାଗିଲେ । ବାବା କହୁଥାନ୍ତି ମୁଁ ଗୋଟେ ମର୍ଡର କରି ତେର ବର୍ଷ ପୁରୀ ଜେଲରେ ରହି ଫେରିଛି । ଯଦି କେହିବି ମୋ ରାସ୍ତା ରେ ଆସିବ ସଫା କରିଦେବି । ଏ ସମ୍ପର୍କରେ ନୟାଗଡ଼ ଟାଉନଥାନା ରେ ଅଭିଯୋଗ ହେବା ପରେ ଟାଉନ ଥାନା ପୋଲିସ ଘଟଣାକୁ ଗୁରୁତର ଭାବେ ନେଇ ତଦନ୍ତ ଆରମ୍ଭ କରିଛି । ତେବେ ଏଠାରେ ଜନସାଧାରଣ ଙ୍କ ମନରେ ଗୋଟିଏ ପ୍ରଶ୍ନ ଏପରି ଭଣ୍ଡ ଙ୍କୁ ସାଧୁ ବାବା କୁହାଯିବ ନା ସୈତାନ୍ ।
ଜବରଦଖଲ କୁ ନେଇ ନୟାଗଡ଼ ସହରରେ ବାବାଙ୍କ ଦବଙ୍ଗଗିରି !!!

