Site icon Awaj Media

ବାଣପୁର ଅଞ୍ଚଳରେ ବେଧଡ଼କ ଚାଲିଛି ନକଲି ସିମ କାର୍ଡ କାରବାର : ପୋଲିସ କାର୍ଯ୍ୟାନୁଷ୍ଠାନ କେବେ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ ନକଲି ସିମ କାର୍ଡ କାରବାର ଜୋରସୋରରେ ଚାଲିଥିବାର ବାରମ୍ବାର ଅଭିଯୋଗ ହେଉଛି । କେତେକ ଅସାଧୁ ଦୋକାନୀ ପୁର୍ବରୁ ସିମ କାର୍ଡ ଗୁଡିକୁ ଆକ୍ଟିଭେଟ କରି ରଖୁଥିବାର ଅଭିଯୋଗ ହେଉଛି । ଯାହଦ୍ୱାରା ନିରୀହ ନାଗରିକ ମାନେ ଅକଳରେ ପଡୁଛନ୍ତି । ଅଜାଣତରେ ଠକାମି ତଥା ସାଇବର ଅପରାଧ ଜାଲରେ ସାଧାରଣ ନାଗରିକ ଫସି ଯାଉଥିବାର ଦେଖିବାକୁ ମିଳୁଛି । ଯଦି ଜଣେ ଗ୍ରାହକ ସିମ ନେବାକୁ ରିଟେଲର ପାଖକୁ ଯାଉଛି ତେବେ କେତେକ ଦୋକାନୀ ଗ୍ରାହକଙ୍କ ଅଜାଣତରେ ସେମାନଙ୍କ ପରିଚୟ ପତ୍ରର ନକଲ ରଖି ଏବଂ ଟିପ ଚି଼ହ୍ନ ନେଇ ଏକାଧିକ ସିମ ତାଙ୍କ ନାମରେ ଆକ୍ଟିଭେଟ କରୁଥିବାର ଅଭିଯୋଗ ହେଉଛି । ପରବର୍ତ୍ତୀ ସମୟରେ ଉକ୍ତ ସିମ ଗୁଡିକୁ ବେଆଇନ କାର୍ଯ୍ୟରେ ବିନିଯୋଗ କରୁଥିବାର ଅଭିଯୋଗ ହେଉଛି । ନିକଟରେ କ୍ରାଇମ ବ୍ରାଞ୍ଚ ଦ୍ୱାରା ନକଲି ତଥା ପ୍ରିଆକ୍ଟିଭେଟ ସିମ ରଖୁଥିବା ଦୋକାନୀଙ୍କ ଉପରେ ଚଢ଼ାଉ ହେବା ଫଳରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ବହୁ ଠକ ଗିରଫ ହୋଇଛନ୍ତି । ତେବେ ଏହାର ଲିଙ୍କ ବାଣପୁରରେ ମଧ୍ୟ ଥାଇପାରେ ବୋଲି ଚର୍ଚ୍ଚା ହେଉଛି । ବାଣପୁରରେ ପୁର୍ବରୁ ମଧ୍ୟ ଏକାଧିକ ଥର ସିମ କାର୍ଡ ଜାଲିଆତି ହୋଇଛି । କିନ୍ତୁ ପୋଲିସ ପକ୍ଷରୁ ଏଯାବତ କୌଣସି ସିମ କାର୍ଡ ଦୋକାନ ଯାଞ୍ଚ ନହେବା ସାଧାରଣରେ ସନ୍ଦେହ ସୃଷ୍ଟି କରୁଛି । ବାଣପୁର ପୋଲିସ ତଥା ବାଲୁଗାଁ ଏସଡିପିଓ ଏ ଦିଗରେ ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବି ହେଉଛି ।

Exit mobile version