Site icon Awaj Media

ବିଦ୍ୟୁତ ଖୁଣ୍ଟ ରୁ ପଡି ଠିକା ଶ୍ରମିକର ମୃତ୍ୟୁ !!!

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ଖଣତି ଗ୍ରାମର ସଂଜୀବ ବେହେରା (୩୦) ବିଦ୍ୟୁତ ବିଭାଗରେ ଠିକା କର୍ମଚାରୀ ଭାବରେ କାର୍ଯ୍ୟ କରି ଆସୁଥିଲେ । ସବୁଦିନ ପରି ଆଜି ସକାଳୁ ନିଜ କାର୍ଯ୍ୟ କରିବା ପାଇଁ ବେଗୁନିଆ ସଦର ମହକୁମା ସ୍ଥିତ ନାଳନ୍ଦା ପବ୍ଲିକ ସ୍କୁଲ ନିକଟରେ ବିଦ୍ୟୁତ ଖୁଣ୍ଟରେ ଚଢି ମରାମତି କାର୍ଯ୍ୟ କରୁଥିଲେ । ଏହି ସମୟରେ ଖୁଣ୍ଟ ରୁ ତଳକୁ ପଡିଯାଇ ଘଟଣା ସ୍ଥଳରେ ମୃତ୍ୟୁବରଣ କରିଥିଲେ । ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରି ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ ସୁଦ୍ଧା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ . ଗୋପବନ୍ଧୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ କରାଯିବା ପାଇଁ ରଖା ଯାଇଥିବା ସମୟରେ ବେଗୁନିଆ ଥାନାରେ ଏକ ମାମଲା ରୁଜୁ କରାଯାଇଛି । ଏଥି ସହ ୩ ଜଣ ବିଦ୍ୟୁତ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି ।

Exit mobile version