Site icon Awaj Media

ଗୋଚର ଜମି ରୁ ରାତି ଅଧିଆ ମାଟି ତାଡି ନେଉଛନ୍ତି !!!

Spread the love

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ଗୋଚର ଜମି ରୁ ରାତି ଅଧିଆ ମାଟି ତାଡି ନେଉଛନ୍ତି ପ୍ରଭାବଶାଳୀ ଲୋକ . ନିଶ୍ଚନ୍ତକୋଇଲି ତହସିଲ ଅନ୍ତର୍ଗତ ଗୋପପୁର, ପଞ୍ଚସରଙ୍ଗ , ସରପଡ଼ା ତିନି ଗୋଟି ମୌଜା ଶ୍ମଶାନ ଜମିରେ ଘଟିଛି ଏପରି ଘଟଣା । ଉକ୍ତ ଗୋଚର ଜମି ରୁ ଜୈନିକ ସ୍ଥାନୀୟ ପ୍ରଭାବଶାଳୀ ବ୍ୟକ୍ତି ରାତି ଅଧିଆ ପ୍ରାୟ ୨୦୦ /୨୫୦ଟ୍ରିପ ମାଟି ଖୋଳି ନିଜ ବିଲକୁ ପୋତିଥିବା ଦେଖିବାକୁ ମିଳିଥିଲା । ଏହା ଦେଖିବା ପରେ ସ୍ଥାନୀୟ ତିନିଗୋଟି ମୌଜା ର ଲୋକେ ଏନେଇ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କୁ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ । ପରନ୍ତୁ ବିଡମ୍ବନା ର ବିଷୟ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରଶାସନିକ ଅଧିକାରୀ ତଦାରଖ କରିବା ପାଇଁ ପହଞ୍ଚି ନାହାନ୍ତି । ତେବେ ଆମ ପ୍ରତିନିଧି ସ୍ଥାନୀୟ ତହସିଲଦାର ଦାୟିତ୍ଵ ରେ ଥିବା ନିଶ୍ଚିନ୍ତକୋଇଲି ବ୍ଲକ ଉନ୍ନୟନ ଅଧିକାରୀଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ପରନ୍ତୁ କେହି ଉତ୍ତର ଦେଇ ନଥିଲେ । ଏଥିରୁ ସ୍ପଷ୍ଟ ବାରି ହୋଇ ପଡ଼ୁଛି ଯେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ମୋଟା ଅଙ୍କର ଅର୍ଥ ନେଇ ସବୁ ଜାଣି ମଧ୍ୟ ନଜାଣିବା ର ଅଭିନୟ କରୁଛନ୍ତି । ତେବେ ସବୁଠୁ ବଡ଼ କଥା ହେଲା ନିଶ୍ଚିନ୍ତକୋଇଲି ତହସିଲ ଅଞ୍ଚଳର ବହୁ ସ୍ଥାନରେ ଏହିଭଳି ଗୋଚର ମାଟିକୁ ନେଇ ଖେଳ ହେଉଥିବା ବେଳେ ପ୍ରଶାସନିକ ଅଧିକାରୀ ଏଭଳି ସମ୍ପୂର୍ଣ୍ଣ ଚୁପ୍ ରହିବା ନେଇ ବଢ଼ିବାରେ ଲାଗିଛି ଅସନ୍ତୋଷ । ନିଶ୍ଚିନ୍ତକୋଇଲି ତହସିଲ ରେ କେହି ସ୍ଥାୟୀ ତହସିଲଦାର ନଥିବାରୁ ବିଡିଓ ମହୋଦୟ ଦୁଇ ପଦଵୀ ର କାର୍ଯ୍ୟ ସଠିକ ଭାବେ ତୁଲାଉ ନଥିବା ଦେଖିବାକୁ ମିଳୁଛି । ଉଚ୍ଚ କର୍ତ୍ତପକ୍ଷଙ୍କୁ ଏହାର ତଦନ୍ତ କରିବାକୁ ସାଧାରଣରେ ଦାବି ହେଉଛି ।

Exit mobile version