Site icon Awaj Media

ଦୁଷ୍କର୍ମ ମାମଲା ରେ ଅଭିଯୁକ୍ତକୁ ୧୦ ବର୍ଷ ଜେଲ ଓ ଜରିମାନା ଦଣ୍ଡାଦେଶ !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଏକ ଦୁଷ୍କର୍ମ ମାମଲାର ଶୁଣାଣି କରିବା ଅବସରରେ ମଙ୍ଗଳବାର ତାଳଚେର ଅତିରିକ୍ତ ଜିଲ୍ଲା ଦୌରାଜଜ ଅଭିଯୁକ୍ତ କୁ ୧୦ ବର୍ଷ ଜେଲ ଓ ଜରିମାନା ଦଣ୍ଡାଦେଶ କରିଛନ୍ତି । ସୂଚନାନୁଯାୟୀ, ୨୦୧୫ ମସିହାରେ ଜଗନ୍ନାଥପୁର ଗାଁର ଅଭିଯୁକ୍ତ ବଳରାମ ଆସି ପୀଡ଼ିତାଙ୍କୁ ତାଙ୍କ ସ୍ୱାମୀ ଅସୁସ୍ଥ ଥିବା ମିଛରେ କହିଥିଲେ । ତା’ ପରେ ସେ ମହିଳାଙ୍କୁ କାଳୀ ମନ୍ଦିର ଛକ ପାଖରେ ଥିବା ବୁଦାମୂଳରେ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲେ । ଏଥିସହ ପ୍ରମାଣ ନଷ୍ଟ କରିବାକୁ ତାଙ୍କ ମୁହଁକୁ ଏକ ପଥରରେ ଛେଚିବା ସହ ପ୍ଲାଷ୍ଟିକ ଦଉଡ଼ିରେ ବେକକୁ ବାନ୍ଧି ନାଳ ପାଖରେ ଫିଙ୍ଗିଦେଇ ପଳାଇଥିଲା । ସ୍ଥାନୀୟ ଲୋକେ ପିଡୀତାଙ୍କୁ ଉଦ୍ଧାର କରି କଟକ ମେଡିକାଲରେ ଭର୍ତ୍ତି କରିଥିଲେ । ଏହି ମାମଲାର ଶୁଣାଣି କରି କୋର୍ଟ ଦୋଷୀ ବଳରାମକୁ ୧୦ ବର୍ଷ ଜେଲ ଏବଂ ୧୦ ହଜାର ଟଙ୍କା ଜରିମାନା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଜରିମାନା ଅନାଦେୟ ଅଧିକ ୬ ମାସ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହି କେସ କୁ ସରକାରୀ ଓକିଲ ନିର୍ମଳ କୁମାର ତ୍ରିପାଠୀ , ଜ୍ୟୋତି ପ୍ରକାଶ ମହାପାତ୍ର (କ୍ୟାଡର) ଏବଂ ନରେଶ ଚନ୍ଦ୍ର ନାଏକ ପରିଚାଳନା କରୁଥିଲେ ।

 

Exit mobile version