Site icon Awaj Media

କଟକ ସତୀ ଚଉରା ଛକ ଠାରେ ଅବସ୍ଥିତ କାଞ୍ଜିଆହୁଦା ବିରୁଦ୍ଧରେ ଆସିଲା ଗାଈ ଓ ଷଣ୍ଢ ବିକିବାର ସଙ୍ଗୀନ ଅଭିଯୋଗ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ବୁଲା ଗାଈ ଗୋରୁ ,କୁକୁର ଓ ଷଣ୍ଢ ମାନଙ୍କ ପାଇଁ ଦୈନିକ ଶତାଧିକ ଦୁର୍ଘଟଣା ଘଟୁଛି ! ପ୍ରତ୍ୟେକ ଦିନ ବହୁ ଧନ ଜୀବନ ନଷ୍ଟ ହେଉଛି ଓ ବହୁ ମା ‘ ର କୋଳ ଶୂନ୍ୟ ହୋଇ ଯାଉଛି । ଏଥିପାଇଁ ରାଜ୍ୟ ସରକାର ଓ କଟକ ମହାନଗର ନିଗମ ତରଫରୁ ଦୁର୍ଘଟଣାକୁ କିଛି ପରିମାଣରେ ରୋକିବା ପାଇଁ ତଥା ଗାଈ ଓ କୁକୁର ମାନଙ୍କୁ ରାସ୍ତାରେ ବୁଲିବା ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଗାଈ ଧରାଳି ବିଭାଗ ଓ କାଞ୍ଜିଆହୁଦା ଭଳି ଯୋଜନା କର୍ଯ୍ୟକାରୀ କରିଛନ୍ତି । ମାତ୍ର କଟକ ମହାନଗର ନିଗମ ଓ କାଞ୍ଜିଆହୁଦାର ଅପାରଗତା ଓ ଅବହେଳା ଯୋଗୁଁ ଗୋ ବଂଶଜ ଆଜି ବିପଦରେ !! ଥଇଥାନ ନାମରେ ଗୋ ବଂଶଜଙ୍କ ଉପରେ ଅତ୍ୟାଚାର ଓ ଗୋ ଚାଲାଣକୁ ବିରୋଧ କରି ବହୁବାର ସାମାଜିକ ସଙ୍ଗଠନ ଓ ଗୋ ରକ୍ଷକ ମାନେ ପ୍ରତିବାଦ କରିଥିଲେ ମଧ୍ୟ ସମାଧାନ ଶୂନ୍ୟ !! ଗୋ ବଂଶଜଙ୍କ ଉପରେ ଅତ୍ୟାଚାର ଓ ଅବୈଧ ଗୋ ଚାଲାଣ ବିରୁଦ୍ଧରେ ହିନ୍ଦୁସେନା ବହୁବାର ପ୍ରତିବାଦ କରିଥିଲେ ମଧ୍ୟ ,ସରକାରଙ୍କ ତରଫରୁ କୌଣସି ପଦକ୍ଷେପ ଓ ପ୍ରତିକ୍ରିୟା ନହେବା ଆଜି ସାଧାରଣରେ ପ୍ରଶାସନର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି !! କାଞ୍ଜିଆହୁଦାର କର୍ମଚାରୀ ମାନେ ରାସ୍ତାରୁ ଗାଈ ଓ ଷଣ୍ଢ ମାନଙ୍କୁ ଉଠାଇ ପରେ କଂସେଇ ଖାନାକୁ ବିକ୍ରି କରୁଥିବା ଓ ପୂର୍ବରୁ ସିଏମସି ର ଗୋରୁ ଧାରା ବାବଦରେ ଜୁଲମ କରି ଅର୍ଥ ଆଦାୟ କରୁଥିବାର ଅଭିଯୋଗ ହୋଇଥିଲେ ମଧ୍ୟ ପ୍ରଶାସନ ତରଫରୁ ପ୍ରତିକ୍ରିୟା ନନେବା ଓ ବାରମ୍ବାର ଏହିଭଳି ଘଟଣା ଘଟୁଥିବାର ପ୍ରତିବାଦ କରିବାକୁ ଯାଇ ଆଜି ହିନ୍ଦୁସେନା ତରଫରୁ କଟକ ମହାନଗର ନିଗମର କାଞ୍ଜିଆହୁଦା ବିରୁଦ୍ଧରେ ଓ ସତୀ ଚଉରା ସ୍ଥିତ କାଞ୍ଜିଆହୁଦା ଠାରେ ଧାରଣା ଦିଆଯାଇଛି । ଆଜି ଜଣେ ହାଇକୋର୍ଟ ପାଖରେ ରହୁଥିବା ଗୋପ୍ରେମୀଙ୍କ ଦ୍ଵାରା ଚିକିତ୍ସିତ ହେଉଥିବା ଷଣ୍ଢ କୁ କାଞ୍ଜିଆହୁଦା ଅଣା ଯାଇଥିବାର ସୂଚନା ପାଇ ଗୋପ୍ରେମୀ ତାକୁ ମୁକୁଳାଇବା ପାଇଁ ଯାଇଥିବା ବେଳେ ତାଙ୍କ ଷଣ୍ଢ ଛୁଆକୁ ନପାଇ ଅଭିଯୋଗ ଆଣିଛନ୍ତି !! ଖବର ପାଇ ଶତାଧିକ ହିନ୍ଦୁସେନାର ସଦସ୍ୟ କାଞ୍ଜିଆହୁଦାକୁ ଘେରିବା ସହିତ ଧାରଣା ଦେଇଥିଲେ ! ଦୀର୍ଘ ଦିନରୁ ଷଣ୍ଢ ଛୁଆଟି ଚିକିତ୍ସିତ ହେଉଥିବା ବେଳେ, ସିଏମସି ର ଗୋରୁଧରା ବିଭାଗ ଏହାକୁ ଉଠାଇ ନେଇଥିବା ଓ ଏହି ବାବଦରେ 1200 ଟଙ୍କା ଦାବି କରିଥିଲେ କାଞ୍ଜିଆହୁଦାର କର୍ମଚାରୀ ମାନେ !! ଆବଶ୍ୟକୀୟ ଅର୍ଥ ନ ଥିବାରୁ ଦୁଇ ଚାରି ଦିନ ପରେ ଆବଶ୍ୟକୀୟ ଅର୍ଥ ଯୋଗାଡ଼ କରି ଷଣ୍ଢ ଛୁଆଟିକୁ ଉଦ୍ଧାର କରିବାକୁ ଯାଇ ହତାଶ ହୋଇଥିଲେ । ଷଣ୍ଢ ଛୁଆଟିକୁ ନପାଇ ଶେଷରେ ଏହାର ଅନୁସନ୍ଧାନ କରି ଷଣ୍ଢଟି ବିକ୍ରି ହୋଇଥିବାର ସୂଚନା ପାଇଥିଲେ !! ଶେଷରେ ପ୍ରତିବାଦ ପାଇଁ ଧାରଣା ଦେଇଥିବାର ସୂଚନା ମିଳିଛି !! ଏହି ଘଟଣାର ସତ୍ୟାସତ୍ୟ ନେଇ ଜିତେନ୍ଦ୍ର ଲେଙ୍କା କିଛି ଅଲଗା ବୟାନ ଦେଉଥିବା ବେଳେ, ବିଡ଼ାନାସୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଛନ୍ତି !! ତେବେ ଆଗାମୀ ଦିନରେ ରାଜ୍ୟ ସରକାର,କଟକ ମହାନଗର ନିଗମ ଓ ପୋଲିସ ବିଭାଗ ତରଫରୁ କଣ ପଦକ୍ଷେପ ନିଆ ଯାଉଛି ତାହା ଏବେ ଦେଖିବାକୁ ବାକି ରହିଲା ।

Exit mobile version