ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଦେବେନ୍ଦ୍ର କୁମାର ବରାଳ : ଖୋର୍ଦ୍ଧା ନିକଟସ୍ଥ ଧଉଳିମୁହଁ ରେଳଷ୍ଟେସନ ଲାଇନ୍ କଡରୁ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର . ମୃତ୍ୟୁର କାରଣ ପ୍ରେମଜନିତ ହୋଇପାରେ ବୋଲି ସନ୍ଦେହ କରାଯାଉଛି । ଭୋର ସମୟରେ ଧଉଳିମୁହଁ ନିକଟସ୍ଥ ରେଳଷ୍ଟେସନ ଲାଇନ୍ କଡରୁ ଜଣେ 28 ବର୍ଷିୟ ଯୁବକ ଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର ହୋଇଛି । ଖବର ରୁ ଜଣା ପଡିଛି ଯେ ଉକ୍ତ ଯୁବକ ଙ୍କ ନାମ ସୌମ୍ୟରଂଜନ ପରିଡା । ତାଙ୍କର ନିଜ ଘର ପୁରୀ ଜିଲ୍ଲା କଣାସ ବ୍ଲକ ଅନ୍ତର୍ଗତ ଖଣ୍ଡହତା ଗ୍ରାମରେ । ତାଙ୍କ ପରିବାର ଦୀର୍ଘ 15 ବର୍ଷ ହେବ ଖୋର୍ଦ୍ଧାର ଧଉଳିମୁହଁ ଅଞ୍ଚଳ ରେ ଭଡା ରହି ଆସୁଥିଲେ । ଉକ୍ତ ଯୁବକ ଆଇଟିଆଇ ଶେଷ କରିବା ପରେ ବାଙ୍ଗାଲୋର ର ଏକ କମ୍ପାନୀ ରେ ସିସି କ୍ୟାମେରା ଅପରେଟର ଭାବେ କାର୍ଯ୍ୟ କରୁଥିଲେ । ଗତ ପାଞ୍ଚ ଦିନ ତଳେ ସେ ତାଙ୍କର ଘରକୁ ଫେରିଥିଲେ । ଗତକାଲି ସନ୍ଧ୍ୟାରେ ଘରୁ ଚାଲି ଯାଇଥିଲେ, ଏକ ଅଜଣା ସ୍ଥାନରେ ରହି କୌଣସି ଏକ ଧାରୁଆ ଅସ୍ତ୍ରରେ ନିଜର ହାତ କୁ କାଟି ଦେଇ ଭିଡିଓ କରି ଏହାକୁ ନିଜେ ନିଜର ହ୍ୱାଟସପ୍ ଷ୍ଟାଟସ ରେ ସେୟାର କରି ଭାଇରଲ୍ କରିଥିଲେ । ତେବେ ସକାଳୁ ସକାଳୁ ଜଣା ପଡିଥିଲା ଯେ ଉକ୍ତ ଯୁବକ ଧଉଳିମୁହଁ ନିକଟ ରେଳଲାଇନ୍ ରେ ଟ୍ରେନ୍ରେ କଟି ମୃତ୍ୟୁ ବରଣ କରିଛନ୍ତି । ମୃତ ଦେହକୁ ଖୋର୍ଦ୍ଧା ଜିଆରପି ପୋଲିସ୍ ଉଦ୍ଧାର କରିଛି ।

