Site icon Awaj Media

ବଡ଼ ଧରଣର ଡ଼କାୟତି ଯୋଜନାକୁ ପଣ୍ଡ କରିବାରେ ପୁଲିସ ସଫଳ !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ସଦର ଥାନା ଅନ୍ତର୍ଗତ ପଞ୍ଚମହଲା ଠାରେ ବୁଧବାର ବିଳମ୍ବିତ ରାତିରେ ଏକ ବଡ଼ ଧରଣର ଡ଼କାୟତି ଯୋଜନାକୁ ପଣ୍ଡ କରିବାରେ ପୁଲିସ ସଫଳ ହୋଇଛି । ଘଟଣାରେ ସମ୍ପୃକ୍ତ ୫ ଜଣଙ୍କୁ ଗିରଫ କରିଛି ପୁଲିସ । ସୂଚନା ଯେ, ସଦର ଥାନା ଅନ୍ତର୍ଗତ କୁମଣ୍ଡ ଗାଁର ବିଦ୍ୟାପତି ନାଏକ (୨୫) , ସୁବାଷ ସାହୁ (୨୮) , ନିଶା ଥାନା ଅଞ୍ଚଳର ପ୍ରମୋଦ ବେହେରା (୨୪) , ଠାକୁରଗଡ଼ ଥାନା ଅଞ୍ଚଳ ପାଇକସାହି ଗାଁର ରଣଜିତ ବେହେରା (୨୪) ଓ କୋଲିୟରୀ ଥାନା ଅଞ୍ଚଳର କଳମଛୁଇଁ ଗାଁର ନିର୍ମଳ ଭୋଇ (୨୨) ପଞ୍ଚମହଲା ପଡ଼ିଆରେ ବସି ଏକ ବଡ଼ ଧରଣର ଡ଼କାୟତି ଯୋଜନା କରୁଥିଲେ । ଏ ନେଇ ପୁଲିସ ସୂଚନା ପାଇବା ପରେ ଦଳବଳ ନେଇ ସଦର ପୁଲିସ ଚଢ଼ାଉ କରିଥିଲା । ସେମାନଙ୍କ ଠାରୁ ଏକ ନମ୍ବର ବିହୀନ ପିକ ଅପ୍ ଭ୍ୟାନ , ୩ଟି ବାଇକ୍ ( ଯେଉଁଥିରୁ ୨ଟି ଚୋରା ବାଇକ୍ ଅଟେ ) ଗ୍ୟାସ କଟର ସରଞ୍ଜାମ , ଭୂଜାଲି, ରଙ୍ଗ ଓ ପାଇପ୍ ଜବତ କରିଛି । ଏ ନେଇ ଥାନା କେସ ନଂ ୩୫୯ / ୨୨ରେ ଏକ ମାମଲା ରୁଜୁ କରି ୫ ଜଣଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ସତ୍ୟବ୍ରତ ରାଉତ ସୂଚନା ଦେଇଛନ୍ତି ।

Exit mobile version