Site icon Awaj Media

ବାଣପୁର ଅଞ୍ଚଳରେ ଅବକାରୀ ଚଢ଼ାଉ : ଦେଶୀମଦ ଜବତ , ୨ ଗିରଫ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଲୁଗାଁ ଅବକାରୀ ଅଧିକାରୀ ରଞ୍ଜନ ଦାସଙ୍କ ନେତୃତ୍ୱରେ ବାଣପୁର ଥାନା ଅଧିନସ୍ଥ ବିଭିନ୍ନ ଗ୍ରାମରେ କରାଯାଇଛି ଚଢ଼ାଉ . ଘାଷେଡିହ, ଗୋଡ଼ିଝର ଏବଂ ଭବାନୀପୁର ଗ୍ରାମରେ ଦେଶୀ ମଦ ବିକ୍ରୟ ହେଉଥିବାର ବାରମ୍ବାର ଅଭିଯୋଗ ହେଉଥିଲା . ଗତକାଲି ବାଲୁଗାଁ ଅବକାରୀ ବିଭାଗ କୌଣସି ସୂତ୍ରରୁ ଖବର ପାଇ ଏହି ଗ୍ରାମରେ ଚଢ଼ାଉ କରିଥିଲେ । ଚଢ଼ାଉ ବେଳେ ଅବକାରୀ ବିଭାଗ ସମୁଦାୟ ୭୫ ଲିଟର ଦେଶୀମଦ ଜବତ କରିବା ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଦ୍ଵୟ ହେଲେ ସେକ କୁରବାନ ଓ ଦାମ ବରାଳ . ଉଭୟଙ୍କ ବିରୋଧରେ ଦୁଇଗୋଟି ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବାର ଶ୍ରୀ ଦାସ ସୂଚନା ଦେଇଛନ୍ତି ।

Exit mobile version