Site icon Awaj Media

ଦିନ ଦ୍ଵିପ୍ରହରେ ରାସ୍ତା ମଝିରେ ବନ୍ଧୁକ ଦେଖାଇ ଲୁଟିନେଲେ ସୁନା ଗହଣା !!!

Spread the love

ନୂଆଗାଁ ( ଆୱାଜ ମିଡ଼ିଆ ) – ସଞ୍ଜୀବ କୁମାର ଡାକୁଆ : ଓଡଗାଁ ଥାନା ଅନ୍ତର୍ଗତ ବାହାଡାଝୋଲା ରୁ ନୂଆଗାଁ ରାସ୍ତାରେ ବନ୍ଧୁକ ଦେଖାଇ ସୁନା ଗହଣା ଲୁଟିନେଲେ ଦୁର୍ବୁତ୍ତ . ସୂଚନା ଅନୁଯାୟୀ ଗୁମି ପଞ୍ଚାୟତ ର ମୁରିଆମ୍ବା ଗ୍ରାମକୁ ଯାଉଥିଲେ ଗଂଜାମ ଜିଲା ବେଡ଼Iଖାଲ ଗ୍ରାମର ପ୍ରଶାନ୍ତି ଏବଂ ତାଙ୍କ ସ୍ୱାମୀ ପ୍ରଶାନ୍ତ I ମୋଟର ସାଇକେଲ ଯୋଗେ ମୁରିଆମ୍ବା ସଡୁ ଘରକୁ ଯାଉଥିଲେ I ବାହାଡାଝୋଲା ରୁ ଆସିବା ବାଟରେ ସୀମା ଗ୍ରାମ ସିଧା ବାଟରେ ଏକ ଧଳା ଟିଭିଏସ ଆପାଚି ମୋଟର ସାଇକେଲ ରେ 3 ଜଣ ଦୁର୍ବୁତ୍ତ ଆସି ଏମାନଙ୍କୁ ବନ୍ଧୁକ ଦେଖାଇ ଗାଡ଼ି ରଖି ପ୍ରଶାନ୍ତି ଙ୍କର ଗୋଟିଏ ସୁନା ହାର, ଗୋଟିଏ ମଙ୍ଗଳ ସୂତ୍ର, ଆଉ ଚେନ ନେଇ ଛୁ ହୋଇଗଲେ l ଏ ବାବଦରେ ଥାନାରେ ଅଭିଯୋଗ କରିବା ପରେ ଘଟଣା ସ୍ଥଳ କୁ ତଦନ୍ତ କରିବାକୁ ଓଡଗାଁ ପୁଲିସ ଆସିଥିଲେ l ବାହାଡାଝୋଲା ର କିଛି ସ୍ଥାନରୁ ସିସିଟିଭି ଫୁଟେଜ ଯାଞ୍ଚ କରିଥିଲେ l ଏହି ଅଞ୍ଚଳ ରେ ଏଭଳି ଘଟଣା ବାରମ୍ବାର ହେଉଥିବାରୁ ପୁଲିସ ପେଟ୍ରୋଲିଙ୍ଗ ପାଇଁ ସ୍ଥାନୀୟ ଲୋକେ ଦାବୀ କରିଛନ୍ତି l

Exit mobile version