Site icon Awaj Media

ଦୁଷ୍କର୍ମ ଓ ବ୍ଲାକ୍‌ମେଲ୍ ଅଭିଯୋଗରେ ଜଣେ ଯୁବକ ଗିରଫ !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ଟାଉନ ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ଦୁଷ୍କର୍ମ ଓ ବ୍ଲାକ୍‌ମେଲ୍ କରିଥିବା ଅଭିଯୋଗରେ ପୁଲିସ ଜଣେ ଯୁବକଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି । ସୂଚନା ଯେ, ସୁଶୁଡ଼ା ଗାଁ ପ୍ରଶାନ୍ତ ନାଏକ ନାମକ ଜଣେ ଯୁବକ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ସ୍ଥାପନ କରି ମୃଦୁ ପାନୀୟରେ ନିଶା ଦେଇ ଦୁଷ୍କର୍ମ କରିଥିଲେ । ସେହି ସମୟର ଫଟୋ ଉଠାଇଥିଲେ । ଏହି ଫଟୋ ଦେଖାଇ ବାରମ୍ବାର ଦୁଷ୍କର୍ମ କରୁଥିଲେ । ଏବେ ଯୁବତୀଙ୍କ ବିବାହ ପାଇଁ ପ୍ରସ୍ତାବ ଆସିବାରୁ ଏହାକୁ ଭାଙ୍ଗିବା ପାଇଁ ଯୁବତୀଙ୍କୁ ବ୍ଲାକ୍‌ମେଲ କରୁଥିଲେ । ଏଥିରେ ଅତିଷ୍ଠ ହୋଇ ଯୁବତୀ ଗୁରୁବାର ଅନୁଗୁଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୁଲିସ ଏକ ମାମଲା ରୁଜୁ କରି ଶୁକ୍ରବାର ପ୍ରଶାନ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି

Exit mobile version