Site icon Awaj Media

ମଙ୍ଗଳପୁର ଡ୍ରେନ ମଧ୍ୟରେ ପଡ଼ି ରହିଥିବା ଶବକୁ ରାତି ସାରା ଜଗି ରହିଲା ପୋଲିସ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ମଙ୍ଗଳପୁର ଡ୍ରେନ ମଧ୍ୟରେ ପଡ଼ି ରହିଥିବା ଶବକୁ ରାତି ସାରା ଜଗି ରହିଲା ପୋଲିସ . ସୁକିନ୍ଦା ଥାନା ଅନ୍ତର୍ଗତ ମଙ୍ଗଳପୁର ଛକ ପାଖ ମୁଖ୍ୟ ରାଜପଥ କଡ଼ରେ ଥିବା ଡ୍ରେନ ମଧ୍ୟରୁ ଖାଲି ବ୍ୟାଗ ଉଦ୍ଧାର ପରେ ଅଜଣା ବ୍ୟକ୍ତିଙ୍କ ଶବ ପଡ଼ି ରହିଥିବା ରବିବାର ସନ୍ଧ୍ୟା ସମୟରେ ସ୍ଥାନୀୟ ଲୋକେ ଦେଖି ସୁକିନ୍ଦା ପୋଲିସକୁ ସୂଚନା ଦେଇଥିଲେ . ସୁକିନ୍ଦା ପୋଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହିତ ରବିବାର ବିଳମ୍ୱିତ ରାତି ପଯ୍ୟନ୍ତ ମୃତ ଶରୀରକୁ ଡ୍ରେନ ମଧ୍ୟରୁ ବାହାର କରିବାରେ ବିଫଳ ହେବା ପରେ ସୋମବାର ସକାଳୁ ଡ୍ରେନ ମଧ୍ୟରୁ ଶବ ଉଦ୍ଧାର କରାଯାଇ ତଦନ୍ତ ତ୍ୱରାନ୍ୱିତ କରାଯିବ ବୋଲି ସୁକିନ୍ଦା ପୋଲିସ ପକ୍ଷରୁ ସୂଚନା ମିଳିଛି .

Exit mobile version