Site icon Awaj Media

ମଙ୍ଗଳପୁର ଜାତୀୟ ରାଜପଥ କଡ଼ ଡ୍ରେନ ମଧ୍ୟରୁ ଅଚିହ୍ନା ଶବ ଉଦ୍ଧାର !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଥାନା ଅନ୍ତର୍ଗତ ମଙ୍ଗଳପୁର ଛକ ପାଖ ମୁଖ୍ୟ ରାଜପଥ କଡ଼ରେ ଥିବା ଡ୍ରେନ ମଧ୍ୟରେ ଖାଲି ବ୍ୟାଗ ଏବଂ ଏଟିଏମ୍ କାର୍ଡ ଓ ଅଜଣା ବ୍ୟକ୍ତିଙ୍କ ଶବ ପଡ଼ି ରହିଥିବା ରବିବାର ସନ୍ଧ୍ୟା ସମୟରେ ସ୍ଥାନୀୟ ଲୋକେ ଦେଖି ସୁକିନ୍ଦା ପୋଲିସକୁ ସୂଚନା ଦେବା ପରେ ସୁକିନ୍ଦା ପୋଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହିତ ରବିବାର ବିଳମ୍ୱିତ ରାତି ପଯ୍ୟନ୍ତ ମୃତ ଶରୀରକୁ ଡ୍ରେନ ମଧ୍ୟରୁ ବାହାର କରିବାରେ ବିଫଳ ହୋଇଥିଲା . ରାତି ସାରା ଘଟଣାସ୍ଥଳରେ ପୋଲିସ ଜଗି ରହିବା ସହିତ ସୋମବାର ସକାଳୁ ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ , ଦମକଳ ବାହିନୀର କର୍ମଚାରୀ ଓ ଓଡ଼ିଶା ପୁଲିସର ସ୍ଵତନ୍ତ୍ର ସାଇଣ୍ଟଫିକ ଟିମ ଉପସ୍ଥିତରେ ଜେସିବି ମେସିନ ସାହାଯ୍ୟରେ ଡ୍ରେନ ସ୍ଲାବ ଉଠାଯାଇ ଅଚିହ୍ନା ଶବ କୁ ଉଦ୍ଧାର କରାଯାଇଛି . ତେବେ ଶବଟିର ଗୋଟିଏ ଗୋଡ ଥିବା ଅନ୍ଯ ଏକ ଗୋଡ ନଥିବା ଦେଖିବାକୁ ପାଇଥିଲା ପୁଲିସ . ଦୁଇ ଦିନ ପୂର୍ବରୁ ପାଖ ଜଙ୍ଗଲରୁ ଏକ ଗୋଡ ଉଦ୍ଧାର ହୋଇଥିବା ବେଳେ ସେହି ଗୋଡଟି ଏହି ଅଜଣା ମୃତ ଶରୀରର ବୋଲି ସନ୍ଦେହ କରିଛନ୍ତି ସାଇଣ୍ଟଫିକ ଟିମ୍ ଓ ସ୍ଥାନୀୟ ପୋଲିସ . ଶବଟି କିଛିଦିନ ଡ୍ରେନ୍ ମଧ୍ୟରେ ପଡ଼ି ରହି ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଥିବା ବେଳେ ଏହା ଏକ ପାଗଳ ବ୍ୟକ୍ତିଙ୍କର ଶବ ବୋଲି ସନ୍ଦେହ କରି ସମସ୍ତ ସରକାରୀ ଅଧିକାରୀଙ୍କ ଉପସ୍ଥିତରେ ଶବ ବ୍ୟବଛେଦ ପାଇଁ ଦାନଗଦି ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର କୁ ପଠାଯାଇଛି ।

Exit mobile version