Site icon Awaj Media

ସିଗାରେଟ ଟଙ୍କା ନଦେବାରୁ ଜଣେ ଯୁବକଙ୍କୁ ହତ୍ୟା !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ସଦର ଥାନା ଅନ୍ତର୍ଗତ ନୂଆସାହି ଗାଁରେ ସିଗାରେଟ ଟଙ୍କା ନଦେବାରୁ ସୋମବାର ସକାଳେ ଜଣେ ଯୁବକଙ୍କୁ ହତ୍ୟା କରିବା ଘଟଣାରେ ଦୋକାନୀ ତାଙ୍କ ବାପା ଓ ଭାଇଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଛି । ସୂଚନା ଯେ, ଲିଟୁ ସାହୁ (୩୪) ନାମକ ଜଣେ ଯୁବକ ଗାଁର ଦୁଷ୍ମନ୍ତ ସାହୁ (୨୨ )ଙ୍କ ଦୋକାନକୁ ସକାଳ ପ୍ରାୟ ୧୨ ଟା ୩୦ରେ ଯାଇ ସିଗାରେଟ ମାଗିଥିଲେ । ସିଗାରେଟ ଟଙ୍କା ନଦେଇ ଲିଟୁ ସେଠାରୁ ଯିବା ସମୟରେ ଦୁଷ୍ମନ୍ତ ତାଙ୍କୁ ଟଙ୍କା ମାଗିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ଲିଟୁ ଦୁଷ୍ମନ୍ତଙ୍କୁ ମାରପିଟ୍ କରିଥିଲେ । ଦୁଷ୍ମନ୍ତ ଭିନ୍ନକ୍ଷମ ହୋଇଥିବାରୁ ଲିଟୁ ଙ୍କୁ ପ୍ରତିରୋଧ କରିପାରି ନଥିଲେ । ଅସହାୟ ହୋଇ ଘରକୁ ଆସି ବାପା ବିଜୟ ସାହୁଙ୍କୁ ସବୁ କଥା କହିଥିଲେ । ଏହାପରେ ବାପା ବିଜୟ ତାଙ୍କ ଭାଇ ଓ ଦୁଷ୍ମନ୍ତ ଲିଟୁଙ୍କ ଘରକୁ ଯାଇଥିଲେ । ସେଠାରେ ଏହି କଥାକୁ ନେଇ ପାଟିଗୋଳ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଦୁଷ୍ମନ୍ତଙ୍କ ଭାଇ ଏକ ଧାରୁଆ ଅସ୍ତ୍ରରେ ଲିଟୁଙ୍କ ବେକକୁ ଭୁଷି ଦେଇଥିଲେ । ଗରୁତର ଆହତ ଅବସ୍ଥାରେ ଲିଟୁଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ଖବର ପାଇବା ପରେ ପୁଲିସ ଏକ ମାମଲା ରୁଜୁ କରି ଶବକୁ ଜବତ କରି ବ୍ୟବଛେଦ କରାଇଥିଲା । ବିଜୟ, ଦୁଷ୍ମନ୍ତ ଓ ପିଣ୍ଟଙ୍କୁ ସୋମବାର ଥାନାରେ ଅଟକ ରଖି ପଚରା ଉଚୁରା କରାଯାଇଥିଲା । ସେମାନେ ହତ୍ୟା କରିଥିବା ସ୍ବିକାର କରିବା ପରେ ପୁଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି ।

Exit mobile version